www.samajalive.in
Friday, December 12, 2025
15.1 C
Bhubaneswar

ରାତିରେ କ୍ଷେତ ଉଜାଡ଼ି ଦେଉଛନ୍ତି ୨ଦନ୍ତା

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳରେ ଦିନରେ ଜଙ୍ଗଲରେ ୨ ଦନ୍ତା ଲୁଚି ରହୁଛନ୍ତି। ରାତିରେ କ୍ଷେତକୁ ଦଳି ଚକଟି ଦେଉଛନ୍ତି ୨ଟି ଦନ୍ତା । କିଛିଦିନ ପୂର୍ବରୁ ଝାଡ଼ଖଣ୍ଡରୁ ଶିମିଳିପାଳ ଅଭୟାରଣ୍ୟ ଦେଇ ୨ଟି ଦନ୍ତାହାତୀ ନୀଳଗିରିର ଜଡ଼ିବାଲି ଜଙ୍ଗଲକୁ ପଶିଥିଲେ । ସେ ଏହି ହାତୀଦ୍ୱୟ ବିଭିନ୍ନ ସ୍ଥାନରେ ଉପଦ୍ରବ ଘଟାଇ ଚାଲିଛନ୍ତି । ରାତି ହେଲେ ଏମାନେ ବିଲମାନଙ୍କରେ ଦଳି ଚକଟି ଦେଉଥିବା ଯୋଗୁ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ୨ଟି ହାତୀ ସିଆଡ଼ିମାଳ ପଞ୍ଚାୟତ ଅଧୀନ ଚତରସାହିରେ ଉପଦ୍ରବ ଘଟାଉଥିବା ଯୋଗୁ ସେମାନଙ୍କ ଭୟରେ ଲୋକେ ରାତିସାରା ଉଜାଗର ହୋଇ ରହିଥିଲେ । ୨ଜଣ ବନକର୍ମଚାରୀ ସେଠାରେ ମୁତୟନ ରହିଥିଲେ ହେଁ ବନବିଭାଗ ପକ୍ଷରୁ ସେମାନଙ୍କୁ ଝାଡ଼ଖଣ୍ଡ ଯିବା ରାସ୍ତାରେ ଘଉଡ଼ା ଯାଇନାହିଁ । ଏନେଇ ଅଞ୍ଚଳବାସୀଙ୍କଠାରେ ଅସନ୍ତୋଷ ଭରି ଦେଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories