ଚୌଦ୍ୱାର : ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ନକରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଚୌଦ୍ୱାର ଅଞ୍ଚଳର ଜ୍ୟୋତି ରଞ୍ଜନ ମଙ୍ଗରାଜ ନାମକ ଜଣେ ଯୁବକକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁଯାୟୀ ଗତ ୫ବର୍ଷ ତଳେ ଫେସବୁକ ମାଧ୍ୟମରେ ଜ୍ୟୋତି ରଞ୍ଜନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମଝିରେ ମଝିରେ ଉଭୟ ହୋଟେଲରେ ରହିବା, ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇବା ଓ ବିଭିନ୍ନ ସ୍ଥାନ ବୁଲିଯିବା ଅବସରରେ ଜ୍ୟୋତିରଞ୍ଜନ ତାଙ୍କ ନିବିଡ଼ ମୁହୁତ୍ତର ଫଟୋ ଉଠାଇ ଯୁବତୀ ଜଣଙ୍କୁ ବିଭିନ୍ନ ସମୟରେ ବ୍ଲାକ୍ ମେଲ କରିବା ସହିତ ତାଙ୍କ ଠାରୁ ବାରମ୍ବାର ଅର୍ଥ ଦାବି କରୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି । ବିବାହ କଥା କହିଲେ ସେ ବାରମ୍ବାର ପ୍ରସ୍ତାବକୁ ଏଡ଼ାଇ ଯାଉଥିଲେ। ପରିସ୍ଥିତ ଅଣାୟତ ହେବାରୁ ଗତ ୨୪ ତାରିଖ ଦିନ ଯୁବତୀ ଜଣକ ଚୌଦ୍ୱାର ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜ୍ୟୋତି ରଞ୍ଜନଙ୍କୁ ଗିରଫ କରିଥିଲେ।
Popular Categories



