www.samajalive.in
Saturday, December 13, 2025
26.1 C
Bhubaneswar

ବୁଦ୍ଧିଜୀବୀ ସଂଘର ଅଗଷ୍ଟ ମିଳନ ଉତ୍ସବ

ଆଠଗଡ଼: ଆଠଗଡ଼ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ସଂଘ କାର୍ଯ୍ୟାଳୟରେ ଶୁକ୍ରବାର ଅଗଷ୍ଟ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଇଂ ଶିବପ୍ରସାଦ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଅଗଷ୍ଟ ମିଳନ ଉତ୍ସବ ଅବସରରେ ସାଇବର ଠକେଇ ଓ ଡିଜିଟାଲ ନିରାପତ୍ତା ସଂପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ହେଲ୍ପ ଏଜ୍‌‌ ଇଣ୍ଡିଆ ସହଯୋଗରେ ଆୟୋଜିତ ହୋଇଥିଲା। ହେଲ୍ପ ଏଜ୍‌‌ ଇଣ୍ଡିଆର ଆଞ୍ଚଳିକ ସଂଯୋଜକ ଦେବଶ୍ରୀ ବ୍ରହ୍ମା ପ୍ରଶିକ୍ଷକ ଭାବେ ଯୋଗଦେଇ ଲୋକମାନେ ବିଶେଷକରି ବରିଷ୍ଠ ନାଗରିକମାନେ କିପରି ଅନଲାଇନ ତଥା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। କୌଣସି ଅଜଣା ବ୍ୟକ୍ତି କିମ୍ବା ସଂସ୍ଥା ଦ୍ୱାରା ମୋବାଇଲ ଫୋନ ଜରିଆରେ କିଛି ନେଣଦେଣ ଓ ଅନ୍ୟାନ୍ୟ ବିଷୟରେ ପଚାରିଲେ ଉତ୍ତର ନଦେବା କିମ୍ବା କୌଣସି ଓଟିପି ନଦେବା ଲାଗି ଶ୍ରୀମତୀ ବ୍ରହ୍ମା ବରିଷ୍ଠ ନାଗରିକ ତଥା ସଂଘର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ଏବେ ପ୍ରତିଦିନ ନୂଆ ନୂଆ ପ୍ରକାରର ଡିଜିଟାଲ ଓ ସାଇବର ଠକେଇ ହେଉଥିବାରୁ ସେଥିରୁ ସୁରକ୍ଷା ପାଇଁ ସଚେତନ ଓ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ସଂଘର ସାଧାରଣ ସଂପାଦକ ଗିରିଶ କୁମାର ମିଶ୍ର ଅଗଷ୍ଟ ମିଳନ ଉତ୍ସବ ତଥା ସଂଘର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଉପସଭାପତି ଇଂ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories