ବୌଦ୍ଧ: ବୌଦ୍ଧ ଜିଲାକୁ ମିଳିବ ସମ୍ମାନଜନକ ସ୍କଚ ଆୱାର୍ଡ। ନୂଆଦିଲ୍ଲୀରେ ଆଜି ଏହି ସମ୍ମାନ ଗ୍ରହଣ କରିବେ ବୌଦ୍ଧ ଜିଲାପାଳ। ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଏବଂ ଜିଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ନୂଆଦିଲ୍ଲୀରେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆଜି ୨୦୨୩ ମସିହା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ବୌଦ୍ଧ ଜିଲାରେ ହସ୍ତତନ୍ତ ଉନ୍ନୟନ କାର୍ୟ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଜିଲାରେ ସରକାରୀ ଭାବେ ୩୧୭୨ ବୁଣାକାର ପରିବାର ଓ ୮୬୭୧ ଜଣ ବୁଣାକାର ରହୁଛନ୍ତି। ବୌଦ୍ଧ ଜିଲାର ପାଟ ଲୁଗା, ମଠା ଲୁଗା, ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ବୌଦ୍ଧ ଜିଲା ବୁଣାକାର ମାନଙ୍କ କାରୁକାର୍ୟ୍ୟ ପୂର୍ଣ୍ଣ ପାଟ ଓ ମଠା ଲୁଗା, ହାତବୁଣା ଲୁଗାର ଭରପୁର ଚାହିଦା ରହିଛି। ବୌଦ୍ଧ ବୁଣାକାରମାନଙ୍କ ଉନ୍ନତି ଓ ଉତ୍ପାଦିତ ବସ୍ତ୍ରର ବିକ୍ରୟ ସୁବିଧା ପାଇଁ ବୃହତ ବୁଣାକାର ବଜ଼ାର ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇ ପରିଚାଳନା କରାଯାଉଛି। ଏହି ଖବର ଜଣାପଡିବା ପରେ ପ୍ରଶାସନିକ ମହଲ ଓ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।
Popular Categories



