ବୌଦ୍ଧ: ବୌଦ୍ଧଗଡ଼଼ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କଚେରୀ ପଡ଼ିଆ ଠାରେ ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନି ମ୍ୟାଚ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ଓ ବୁଟୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଟୁପାଲି ଦଳ ୨-୦ ଗୋଲରେ ବିଜୟ ଲାଭ କରିଥିଲେ। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ସମ୍ମାନିତ ଅତିଥି ଭାବରେ ଏନଏସି ଉପାଧ୍ୟକ୍ଷା ସୁବାସିନୀ ସେଠୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଦ୍ୱିତୀୟ ମ୍ୟାଚ ଟାଉନ ଆଥଲେଟିକ ଆସୋସିଏସନ ଓ ଜୟ ଭୈରବୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଟାଉନ ଆଥଲେଟିକ ଆସୋସିଏସନ ୪-୦ ଗୋଲରେ ବିଜୟ ଲାଭ କରିଥିଲେ। ଦ୍ୱିତୀୟ ମ୍ୟାଚର ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ କ୍ରିଡାବିତ ନରେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ମ୍ୟାଚକୁ ରେଫରୀ ପ୍ରମୋଦ ବେହେରା,ବିକ୍ରମ ନାୟକ,ସମୀର ପ୍ରଧାନ, ମନରଂଜନ ମାହାଣା ପରିଚାଳନା କରିଥିବା ବେଳେ ଚତୁର୍ଥ ରେଫରୀ ଭାବରେ ରାଜ ପ୍ରତାପ ବେହେରା ଦାୟୀତ୍ୱ ତୁଲାଇ ଥିଲେ। ଆସନ୍ତା ୬ ତାରିଖ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ।
Popular Categories



