କଂଟାବାଂଜି: ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମ ପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ଏହି ଘଟଣା ବେଳେ ନିକଟରେ ଅନେକ ବୁଦ୍ଧିଜୀବି ଏବଂ ସାଧାରଣ ଲୋକେ ଛିଡା ହୋଇଥିଲେ ମଧ୍ୟ ଉକ୍ତ ବାଳକକୁ ଇଲେକ୍ଟ୍ରିକ ଖୁଂଟରୁ ଛଡାଇବା ପାଇଁ ସତ୍ ସାହାସ କରି ପାରି ନ ଥିଲେ। ତଥାପି କୋର୍ଟ ପରିସରରେ ଥିବା ବରିଷ୍ଠ ଆଇନଜୀବି ମୋହନଲାଲ ଶର୍ମା ଘଟଣାକୁ ସ୍ୱଚକ୍ଷୁରେ ଦେଖି ତତ୍କ୍ଷଣାତ ବିଦ୍ୟୁତ୍ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ବିଶେଷ ଅନୁସଂଧାନରୁ ଜଣାଯାଏ ଯେ ବାଳକଟି ଦିବ୍ୟାଂଶୁ ହାତି (୧୦)। ଦୀର୍ଘ ୧୦ ବର୍ଷ ହେଲା ତାର ବାପା ଶିବ ହାତି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। ବାପାର ମୃତ୍ୟୁ ପରେ ପରେ ତାର ମାଆଁ କେଉଁ ଆଡେ ଫେରାର ହୋଇଯାଇଛନ୍ତି।
Popular Categories



