www.samajalive.in
Saturday, December 13, 2025
26.1 C
Bhubaneswar

ରବିବାର ସନ୍ଧ୍ୟା ୬ଟାରେ ବାହାଘର – ଜୀ ସାର୍ଥକର ଲୋକପ୍ରିୟ ଯୋଡ଼ି ଅମ୍ବର ଓ ଧାରା

ଡେସ୍କ: ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକର ଲୋକାଦୃତ ମେଗା ଧାରାବାହିକ ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ।

ଏ ନେଇ ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ ଓ ବିବାହ ମହୋତ୍ସବ ପାଳନରେ ଆମ ଚ୍ଯାନେଲ ସବୁବେଳେ ଆଗରେ, ତେଣୁ ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆମେ ପାଳନ କରିବୁ ଖୁବ ଧୂମଧାମରେ ଓ ପାରମ୍ପରିକ ଓଡିଆ ସମାଜରେ ହେଉଥିବା ବାହାଘର ପରି କେବଳ ଜୀ ସାର୍ଥକରେ। ପୁରା ଜୀ ସାର୍ଥକ ପରିବାର ସେଦିନ ଏକାଠି ହେବେ କେବଳ ଏହି ଦୁଇ ଜଣଙ୍କ ବାହାଘର ପାଇଁ। ‘ଆମ ଝିଲି’ରୁ ଆସିବେ ସିଦ୍ ଓ ଝିଲି, ‘ଖୁସିର ଛୁଙ୍କ’ରୁ କରନ୍ ଓ ଖୁସି, ‘ତୁ ଖରା ମୁଁ ଛାଇ’ରୁ ଏଜେ ଓ ମାନିନୀ, ‘ସୁନା ଝିଅ’ରୁ ବିଷ୍ଣୁ ଓ ପ୍ରିୟା, ‘ମୁଁ ବି ବିଜୟିନୀ’ରୁ ରାଧିକା ଓ ଆକାଶ। କେବଳ ମେଗା ଧାରାବାହିକ ନୁହେଁ, ଓଡ଼ିଶାର ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ଏହି ବର୍ଣାଢ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଏଲିନା ସାମନ୍ତରାୟ। ଏହି ବାହାଘରରେ ତାରିକ୍ ଅଜିଜ୍ ଓ ବିଷ୍ଣୁପ୍ରିୟାଙ୍କ ଦମଦାର୍ ପ୍ରଦର୍ଶନ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ଓ ପୁରା ନାଚ ଗୀତ ସହିତ ପାରିବାରିକ ମିଳନ ହେବ କେବଳ ଜୀ-ସାର୍ଥକରେ। ସମସ୍ତ ଦର୍ଶକ ରବିବାର ସନ୍ଧ୍ୟା ୬ଟାରେ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ ସାର୍ଥକ ବିଜନେସ୍ ହେଡ୍ ପ୍ରତୀକ ସିଲ୍।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories