ଡେସ୍କ: ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବା ଆରମ୍ଭ କରିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା-ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେଡ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ଫର୍ ମୁନ୍ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରକୁ ଆସିଛି ଏବଂ ଭାରତ ଚନ୍ଦ୍ରରେ ଭ୍ରମଣ ଆରମ୍ଭ କରିଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସୁଦୀର୍ଘ ଭବିଷ୍ୟତକୁ ଦର୍ଶାଉଛି। ଚନ୍ଦ୍ର ପୃଷ୍ଠରେ ଗଡ଼ିବା ଦ୍ୱାରା ରୋଭରର ୬ଟି ଚକ ଚନ୍ଦ୍ର ଭୂତଳରେ ଭାରତୀୟ ତ୍ରିରଙ୍ଗା ଏବଂ ଇସ୍ରୋର ଲୋଗୋ ଛାପିଛି। ଏହା ଭାରତ ପ୍ରଥମେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ଦର୍ଶାଉଛି।
Popular Categories



