ଭାରତର ୧୮ ବର୍ଷିୟ ଆର୍ ପ୍ରଜ୍ଞାନନ୍ଦ ଚେସ୍ ବିଶ୍ୱକପ୍ରେ ରନର୍ସ ଅପ୍ – ରଚିଲେ ଇତିହାସ
ବାକୁ(ଆଜରବୈଜାନ)- ଇତିହାସ ରଚିଲେ ଭାରତର ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦ । ସବୁଠାରୁ କନିଷ୍ଠ ଖେଳାଳୀ ଭାବେ ଚେସ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ପ୍ରବେଶ କରିଥିଲେ । ଏହା ସହ ବିଶ୍ୱର ୩ ନମ୍ବର ଏବଂ ୨ ନମ୍ବର ଖେଳାଳୀଙ୍କୁ ମଧ୍ୟ ପରାସ୍ତ କରିଥିଲେ । ଫାଇନାଲ୍ ମ୍ୟାଚ୍ରେ ବିଶ୍ୱର ଏକ ନମ୍ବର ଖେଳାଳୀ ମାଗନସ୍ କାର୍ଲସନ୍ଙ୍କ ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚକୁ ଡ୍ର କରିବା ସହ ଖେଳକୁ ଟାଇ ବ୍ରେକର କରିବା ପାଇଁ ବାଧ୍ୟ କରିଥିଲେ ।
Praggnanandhaa is the runner-up of the 2023 FIDE World Cup! 🥈
Congratulations to the 18-year-old Indian prodigy on an impressive tournament! 👏
On his way to the final, Praggnanandhaa beat, among others, world #2 Hikaru Nakamura and #3 Fabiano Caruana! By winning the silver… pic.twitter.com/zJh9wQv5pS— International Chess Federation (@FIDE_chess) August 24, 2023
ମାତ୍ର ଟାଇ ବ୍ରେକରରେ ସେ ପରାସ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ଇତିହାସ ରଚିଛନ୍ତି । ବିଶ୍ୱର ସବୁଠାରୁ କମ ବୟସ୍କ ଖେଳାଳୀ ଭାବେ ସେ ଚେସ୍ ବିଶ୍ୱକପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଫାଇନାଲ୍ ମ୍ୟାଚରେ ରମେଶବାବୁ ପ୍ରଜ୍ଞାନନ୍ଦ କଡା ଟକ୍କର ଦେଇଥିଲେ । ପୂର୍ବରୁ ବିଶ୍ୱନାଥ ଆନନ୍ଦ ଚେସ୍ ବିଶ୍ୱକପ୍ର ବିଜେତା ଥିଲେ । ରମେଶବାରୁ ପ୍ରଜ୍ଞାନନ୍ଦ ମାତ୍ର ୧୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ୍ ମାଷ୍ଟର ବନିଥିଲେ ।
Comments are closed.