ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗାଁ ଚଟେନପଡାରେ ଗତ ୫ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଏକ ଅସମ୍ପୂର୍ଣ୍ଣ କୋଠାରେ ଶିଶୁ ମାନଙ୍କ ଅଙ୍ଗନବାଡି କେନ୍ଦ୍ର ଅଭାବନୀୟ ପରିବେଶରେ ଚାଲିଥିବା ଦେଖିବାକୁ ମିଳୁଛି। ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ର କୋଠାର ଝରକାରେ ଗ୍ରୀଲ୍ ଲାଗି ନାହିଁ କି କବାଟ ବି ଲାଗି ନାହିଁ। ପ୍ରବେଶ ଦ୍ବାରରେ ମଧ୍ୟ କବାଟ ଲାଗି ନ ଥିବାରୁ ଖୋଲା ଅଛି। ଚଟାଣର ଫ୍ଲୋରିଂ ହୋଇ ନଥିବା ବେଳେ କାନ୍ଥ ସିମେଣ୍ଟ ପ୍ଳାଷ୍ଟର୍ ହୋଇ ନ ଥିବାରୁ କାନ୍ଥରେ ଲାଗିଥିବା ଇଟା ଖସି ତଳେ ପଡିବା ଆରମ୍ଭ ହେଲାଣି। ଛାତରୁ ପାଣି ଝରି ଚଟାଣରେ ପଡୁଛି।ବିଭାଗୀୟ କର୍ତ୍ତୃପକ୍ଷ ଅସମ୍ପୂର୍ଣ୍ଣ ଥିବା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ଦିଗରେ ୫ ବର୍ଷରୁ ଉର୍ଦ୍ଧ୍ବ କାଳ ବିତିଗଲା ପରେ ବି କୌଣସି ପଦକ୍ଷେପ ଗ୍ରହଣ ନକରି ନୀରବ ଦ୍ରଷ୍ଟା ସାଜିଥିବାରୁ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
Popular Categories



