www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପରେ କାନ୍ଦୁଛି ଛତ୍ରଙ୍ଗ ,ଆଡେଣିଗଡ ଗାଁ

ହରଭଙ୍ଗା : ଦୁହେଁ ଥିଲେ ଗୋଟିଏ ଫାଣ୍ଡିର ପୁଲିସ କର୍ମଚାରୀ। ଜଣେ ଥିଲେ ହାବିଲଦାର ଅନ୍ୟ ଜଣେ ଥିଲେ ହୋମଗାର୍ଡ। ଦଇବ ଦୁର୍ଯ୍ୟୋଗରେ ଦୁହେଁ ଏକାଠି ମୃତ୍ୟୁ ପଥର ଯାତ୍ରୀ ପାଲଟିଗଲେ। ଏ ଥିଲା ଗତ ରବିବାର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୌଦ୍ଧଜିଲ୍ଲା ଆଡେଣିଗଡ ଫାଣ୍ଡିର ଦୁଇ ପୁଲିସ କର୍ମଚାରୀ ପ୍ରମୋଦ ପାଣିଗ୍ରାହୀ (ହାବିଲଦାର) ଟୁକୁନା ବେହେରା (ଗୃହରକ୍ଷୀ) । ଦୁହିଁଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ଗାଁ। ଲୁହରେ ଭିଜିଛି ହରଭଙ୍ଗା ବ୍ଲକର ଆଡେଣିଗଡ ଏବଂ ଛତ୍ରଙ୍ଗ ଗାଁ। କାହାରି ମୁହଁର ଭାଷାନାହିଁ ,କାହାରି ମୁହଁରେ ହସ ନାହିଁ ,କାହାରି ଘରେ ଚୁଲି ଜଳୁନି। ଗାଁ ଦାଣ୍ଡ ,ବଜାର ଘାଟ ସବୁ ଶୁନଶାନ୍‌‌ । ସତେ ଯେମିତି ଆପଣାର ଦୁଇ ପୁଅକୁ ହରାଇ ବସିଛି ଗାଁ। ଦୁଇ ପୁଅକୁ ହରାଇ ପରିବାରଲୋକେ ମୁକ ପାଲଟି ଯାଇଛନ୍ତି। ସ୍ୱାମୀର ଫେରିବା ବାଟକୁ ଅନେଇ ବସିଥିବା ସ୍ତ୍ରୀ ମଧ୍ୟ ସ୍ୱାମୀ ଏମିତି ଛାଡିଯିବେ ବୋଲି ବିଶ୍ୱାସ କରିପାରୁନି। ଘରର ଏକମାତ୍ର ରୋଜଗାରିଆ ଦୁଇ ପୁଅକୁ ହରାଇ ମାଅ,ବାପା ମୁକ ପାଲଟି ଯାଇଛନ୍ତି। ଗାଁର ଅତି ପ୍ରିୟ ଦୁଇ ପୁଅକୁ ହରାଇ ଗାଁ ଲୋକ ,ସହକର୍ମୀ,ସାଙ୍ଗ ସାଥି,ଜଣାଶୁଣା ,ପରିଚିତ ମହଲରେ ସମସ୍ତେ ହତବାକ୍‌‌ ହୋଇ ପଡିଛନ୍ତି।

ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର କରଡାକୋଠାରୁ ସବୁଦିନ ପରି ଗତ ରବିବାର ମଧ୍ୟ ପେଟ୍ରୋଲିଂ ସାରି ଦୁହେଁ ଏକ ବାଇକରେ ଆଡେଣିଗଡ ଫେରୁଥିଲେ। କଖାରୁଫାଳ ନିକଟରେ ଆଡେଣିଗଡ ପଟୁ ଆସୁଥିବା ଏକ କାର ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ପ୍ରମୋଦ ଏବଂ ଟୁକୁନାଙ୍କ ଡାହାଣଗୋଡରେ ପ୍ରଚୁର ଆଘାତ ଲାଗିଥିଲା। ଆମ୍ବଲାନ୍ସ ଅଭାବରୁ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଂହଚାଇବା ବିଳମ୍ବ ଘଟିଥିଲା। ଯାହାଫଳରେ ଆଡେଣିଗଡରୁ ବୌଦ୍ଧ ନେବା ପାଇଁ ୪ ଘଂଟା ବିଳମ୍ବ ହୋଇଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରବିବାର ଦିନ ବୌଦ୍ଧରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିବାବେଳେ ସୋମବାର କଟକ ବଡମେଡିକାଲରେ ଟୁକୁନାଙ୍କ ମୃତ୍ୟୁ ଘଟିଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories