www.samajalive.in
Wednesday, December 10, 2025
23.1 C
Bhubaneswar

ଫିରିଙ୍ଗିଆ ଥାନା ପୋଡି ଘଟଣାର ୧୪ ଦିନ ପରେ ବି ଲୋକଙ୍କ ମନରେ ଲାଗି ରହିଛି ଗିରଫ ହେବା ଭୟ

ଫୁଲବାଣୀ: କନ୍ଧମାଳ ଜିଲାର ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ଇତିମଧ୍ୟରେ ୧୪ ଦିନ ବିତିଯାଇଛି। ଏବେ ବି ଲୋକଙ୍କ ମନରେ ଗିରଫ ହେବା ଭୟ ଲାଗିରହିଛି। ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ଅନେକ ଲୋକ ଭୟରେ ଗାଁ ଛାଡିଦେଇଛନ୍ତି। ନୂତନ ଭାବରେ ଏହି ଫିରିଙ୍ଗିଆ ଥାନାରେ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ରମେଶ କୁମାର ପ୍ରଧାନ ପୋଡି ଯାଇ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଥିବା ଥାନାର ପୁନଃରୁଦ୍ଧାର କାର୍ଯ୍ୟକୁ ଦିନରାତି ଏକ କରି ତ୍ୱରାନ୍ୱିତ କରିବାରେ ଲାଗିପଡ଼ିଛନ୍ତି l ଅନ୍ୟପଟେ ଲୋକଙ୍କ ମନରେ ପୁଲିସ ପ୍ରତି ଥିବା ଭୟକୁ ଦୁରକରିବା ପାଇଁ ଜାରି ରଖିଛନ୍ତି। ପୁଲିସ ଓ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ରଖିବା ସହ ଥାନା ପୋଡି ଘଟଣାରେ ଲୋକେ ଗିରଫ ପାଇଁ ଭୟ ନକରିବାକୁ ସଚେତନ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories