www.samajalive.in
Thursday, December 11, 2025
18.1 C
Bhubaneswar

ଜାଣନ୍ତୁ, ଆପଣ ଫିଙ୍ଗୁଥିବା ଆଳୁଚୋପା କେତେ ଉପଯୋଗୀ

ଆଳୁ ଏପରି ଏକ ପରିବା ଯାହାକୁ ପ୍ରାୟତଃ ସବୁ ତରକାରୀରେ ନିତିଦିନ ବ୍ୟବହାର କରାଯାଏ। କଥାରେ ଅଛି, ବିନା ଆଳୁରେ ରୋଷେଇ ସ୍ୱାଦହୀନ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଆଳୁର ଚୋପା ମଧ୍ୟ ଖୁବ୍ ଉପଯୋଗୀ। ଏହା ଆମ ଶରୀରର ଅନେକ ଉପକାର କରିଥାଏ। ତେବେ ଚାଲନ୍ତୁ ଜାଣିବା ଆଳୁର ଚୋପା କେତେ ସ୍ବାସ୍ଥ୍ୟ ଉପଯୋଗୀ –

ଆଳୁ ଚୋପା ଶରୀରରେ କୋଲେଷ୍ଟ୍ରଲ୍‌ର ସ୍ତର କମାଇଥାଏ। ଆମେରିକା ହାର୍ଟ ଆସୋସିଏସନ୍‌ର କହିବା ଅନୁସାରେ, ଅଧିକ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ୍‌ ହୋଇଥାଏ। ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର୍ ରହିଛି। ତେଣୁ ଆଳୁକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଉଚିତ। ଏହାଦ୍ବାରା ଚୋପାକୁ ମଧ୍ୟ ଖାଇ ହୁଏ। ଗୋଟିଏ ମଧ୍ୟମ ଧରଣର ଆଳୁରେ ୫ ଗ୍ରାମ୍‌ ଫାଇବର୍‌ ରହିଥାଏ, ହେଲେ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର୍‌ ରହିଥାଏ। ଯଦି ଆପଣ ଆଳୁର ଚୋପା ଛଡ଼ାଇ ଖାଉଛନ୍ତି, ତେବେ ଅଧିକ ଫାଇବର୍‌ଯୁକ୍ତ ଖାଦ୍ୟ ହାତଛଡ଼ା କରୁଛନ୍ତି ବୋଲି ଜାଣନ୍ତୁ।

- Advertisement -

ଆଳୁରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ। ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍ – ବି ମଧ୍ୟ ରହିଛି। ଏହା ଶରୀରକୁ ମଜବୁତ୍‌ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ଫାଇବର୍‌ ଶରୀରର ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories