www.samajalive.in
Friday, December 12, 2025
14.1 C
Bhubaneswar

ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି, ସ୍କୁଲ ଛାତରେ ଜମିରହୁଛି ପାଣି

ଫୁଲବାଣୀ :  ରାଜ୍ୟ ସରକାର ୫- ଟି ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ମାନଙ୍କର ରୂପାନ୍ତରଣ କାମ କରୁଛନ୍ତି। ଗୁଣାତ୍ମକ ମାନର ଶିକ୍ଷା ପାଇଁ ଏହି ସ୍ମାର୍ଟ ସ୍କୁଲ ମାନଙ୍କରେ ଅତ୍ୟାଧୁନିକ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍କୁଲର କଳାପଟା ଠାରୁ ଆରମ୍ଭ କରି ସାଇନ୍ସ ଲ୍ୟାବ କମ୍ପ୍ୟୁଟର ଲ୍ୟାବ, ଅତ୍ୟାଧୁନିକ ପାଠାଗାର ସହ  ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟରେ କିଛି ଅସାଧୁ ଠିକାଦାର ଓ ବିଭାଗର କିଛି ଲାଞ୍ଚୁଆ ଯନ୍ତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟର କୋଠା ଗୁଡିକ ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ବେଳେ କେଉଁଠି କାମ ସରିବାର ତିନିମାସ ନପୂରୁଣୁ କୋଠା ଗୁଡିକର ଛାତରୁ ପାଣି ଝରିଲାଣି ତ ଆଉ କେଉଁଠି କୋଠା ଗୁଡିକର କାନ୍ଥ ସାମାନ୍ୟ ବର୍ଷା ହେଲେ ପାଣି ପଶି ଖରାପ ହେବାକୁ ବସିଲାଣି। ଏମିତି ଏକ ୫-ଟି ଅଧୀନରେ ନିର୍ମାଣ କରାଯାଇଥିବା ବା ରୂପାନ୍ତରିତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ ଜାଜେଶପଙ୍ଗା ଗାଁ ରେ। ଫିରିଙ୍ଗିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା  ସ୍ମାର୍ଟ ସ୍କୁଲର ସଫଳ ରୂପାୟନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ବ୍ଲକରେ ଆଠଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ଜାଜେସପାଙ୍ଗା ଠାରେ ଥିବା ଆଦିବାସୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ୍ୟ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା। ଏହି ବିଦ୍ୟାଳୟର ନିର୍ମାଣ କାମ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ କାମଟିକୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ରିବିଳଦା ଗାଁ ର ଚନ୍ଦ୍ରମଣି ରଣା ନାମକ ଜଣେ ଠିକାଦାରଙ୍କ ଦ୍ୱାରା କରାଯାଇଥିଲା। ବର୍ତ୍ତମାନ ବିଦ୍ୟାଳୟର କାର୍ଯ୍ୟ ଶେଷ ହୋଇଥିବା ବେଳେ ଗତ ତନିମାସ ହେବ ବିଦ୍ୟାଳୟର ଉଦଘାଟନ ମଧ୍ୟ୍ୟ ହୋଇସାରିଛି। କିନ୍ତୁ କାମ ସାରିବାର ଚାରି ମାସ ନପୂରୁଣୁ ବିଦ୍ୟାଳୟ ଛାତରେ ପାଣି ଜମି ରହିବା ସହ ବିଦ୍ୟାଳୟର କାନ୍ଥ ଗୁଡିକରୁ ପାଣି ବାହାରୁଛି। ଏହାସହ ଛାତ କାମଟି ଏତେ ନିମ୍ନ ମାନର ହୋଇଛି ଯେ ଛାତରେ ହାତ ମାରିଦେଲେ ସିମେଣ୍ଟ ଗୋଡି ବଦଳରେ କେବଳ ବାଲି ହିଁ ବାହାରୁଛି। ଯାହାପାଇଁ ଏହି ବିଦ୍ୟାଳୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ସମୃକ୍ତ ଯନ୍ତ୍ରୀଙ୍କ ଉପସ୍ଥିତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଟି ଅତି ନିମ୍ନ ମାନର ହୋଇଥିବା ଅଭଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ଅଭିଭାବକମାନେ। ଏହି ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ଓ ଯନ୍ତ୍ରୀଙ୍କ ସହ ମିଶି ନିମ୍ନ ମାନର କାର୍ଯ୍ୟ କରିଥିବା ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜାଜେଶପଙ୍ଗା ଗାଁ ର ଜନସାଧାରଣ ଓ ବୁଦ୍ଧିଜିବୀ ମାନେ।
ଅନ୍ୟପଟେ ଏହି ନିମ୍ନ ମାନର କାର୍ଯ୍ୟ ବିଷୟରେ ସମ୍ପୃକ୍ତ ଠିକାଦାର ଚନ୍ଦ୍ରମଣି ରଣାଙ୍କୁ ପଚାରିବାରୁ ଯନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ବିଦ୍ୟାଳୟର ନିର୍ମାଣ କରାଯାଇଥିବା କହି ସଫେଇ ଦେଇଥିବା ବେଳେ ଘଟଣା ବିଷୟରେ ଦାୟିତ୍ୱରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ସୁନୀଲ କୁମାର ପାତ୍ରଙ୍କୁ ପଚାରିବାରୁ ଛାତରେ ପାଣି ଜମା ହେବା କଥାକୁ ସ୍ୱୀକାର କରିବା ସହ ଅତି ଖମାଖିଆଲି ଭାବରେ ଠିକାଦାରଙ୍କୁ ଆଉ ଥରେ ଛାତର ଗ୍ରୀଡିଙ୍ଗ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ତେବେ ଜଣେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କେତେଦୂର ଗ୍ରହଣୀୟ ସହଜରେ ଅନୁମାନ କରାଯାଇପାରେ। ଅନ୍ୟପଟେ ଯନ୍ତ୍ରୀ ଜଣକ ଫିରିଙ୍ଗିଆ ବ୍ଲକରେ ଏକାଧିକ ୫- ଟି ବିଦ୍ୟାଳୟ ନିର୍ମାଣ ଦାୟିତ୍ୱରେ ଥିବା ବେଳେ ପ୍ରାୟ ସମସ୍ତ ବିଦ୍ୟାଳୟରେ ଏଭଳି ସମସ୍ୟା ରହିଥିବା ଅଭଯୋଗ ହୋଇଛି।  ଅନ୍ୟ ପଟେ ସମ୍ପୃକ୍ତ ଯନ୍ତ୍ରୀ ବ୍ଲକରେ ବିଭିନ୍ନ ସ୍ଥାନରେ ଏକାଧିକ ୫- ଟି କାମର ସ୍ମାର୍ଟ ସ୍କୁଲ ନିର୍ମାଣ କରିଥିବାରୁ କାର୍ଯ୍ୟର ଉଚ୍ଚ ସ୍ଥରୀୟ ତଦନ୍ତ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ କିଛି ପୂର୍ବତନ ବରିଷ୍ଠ ଛାତ୍ର, ଅଭିଭାବକ ମାନେ ଦାବୀ କରିଛନ୍ତି।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories