www.samajalive.in
Thursday, December 11, 2025
13.1 C
Bhubaneswar

ଗାଁକୁ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ,ଖଟିଆରେ ବୁହା ହୋଇ ଆସିଥିବା ରୋଗୀ ଡାକ୍ତରଖାନାରେ ମୃତ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ପାରାଭାଡ଼ି ସାହିକୁ ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରି ଅଧା ରାସ୍ତାରେ ଅଟକି ରହିଥିଲା। ଖଟିଆ ରେ ବୁହା ହୋଇ ଆସିଥିଲେ ସର୍ପାଘାତ ଆକ୍ରାନ୍ତ ହରିଚନ୍ଦନପୁର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପରମାନନ୍ଦ ମହାନ୍ତ (୩୨) । କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ପାରାଭାଡ଼ି ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଗାଁକୁ ପଶି ପାରିନଥିଲା ରୋଗୀ ଯାନ । ଶେଷରେ ସାପ କାମୁଡିଥିବା ଏହି ରୋଗୀଙ୍କୁ ଆଜି ସକାଳ ସାଢେ଼ ୬ଟା ସମୟରେ ଖଟିଆରେ ଦେଢ଼ କିଲୋମିଟର ବାଟ ରୋଗୀ ଯାନ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡିଥିଲା। ସେଠାରୁ ସର୍ପାଘାତ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ହେଲେ ସେତେବେଳକୁ ପରମାନନ୍ଦଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଘଟଗାଁ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପାରାଭାଡି ସାହିର ଚୈତନ୍ୟ ମହାନ୍ତଙ୍କ ପୁଅ ତଥା ହରିଚନ୍ଦନପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ପରମାନଦ ମହାନ୍ତ (୩୨) ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ଚିତି ସାପ ବେକକୁ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସାର ଆଵଶ୍ୟକତା ଥିବାରୁ ପରିବାର ଲୋକେ ୧୦୮କୁ ଫୋନ କରିଥିଲେ । ସାହି ରାସ୍ତା ଖରାପ ଥିବାରୁ ସାହି ଠାରୁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିଲା ରୋଗୀ ଯାନ । ପରମାନନ୍ଦଙ୍କୁ ବାଧ୍ୟ ହୋଇ ଖଟିଆରେ ଦେଢ଼ କିଲୋମିଟର ବୋହି ରୋଗୀ ଯାନ ପାଖକୁ ଅଣାଯାଇଥିଲା। ତେବେ କେନ୍ଦୁଝର ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ କେନ୍ଦୁଝର ଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରମାନନ୍ଦଙ୍କ ମୃତଦେହ ଗାଁ ରେ ପହଞ୍ଚିବା ପରେ ସାହିରେ ଶୋକ ପ୍ରକାଶ ପାଇଥିଲା। ତାଙ୍କୁ ଖଟିଆରେ ୧୦୮ ଯାଏ ବୋହି ଆଣିବାରେ ମୁଖ୍ୟ ଭୂମିକା ନେଇଥିବା ଜିଲା ପରିଷଦ ସଦସ୍ୟ ରଣଜିତ୍ ନାୟକ ଓ ଜିଲା ଯୁବ ବିଜେଡ଼ି ସଭାପତି ଏସ କେ ଇମରାନ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆଜି ଅପରାହ୍ନରେ ପରମାନନ୍ଦଙ୍କ ଅନ୍ତିମ ସଂସ୍କାର କରାଯାଇଛି। ମୃତ ଗୃହରକ୍ଷୀ ପରମାନନ୍ଦଙ୍କ ଅକାଳ ବିୟୋଗରେ ସ୍ତ୍ରୀ ସବିତା, ୫ ବର୍ଷର ପୁଅ ଶୁଭରଞ୍ଜନ ଓ ୧୦ ମାସର ଝିଅ ସ୍ମୃତିରେଖା ଅସହାୟ ହୋଇ ପଡିଛନ୍ତି। ସାହିକୁ ଭଲ ରାସ୍ତା ଖଣ୍ଡିଏ ଥିଲେ ଆଜି ପରମାନନ୍ଦଙ୍କର ଏଭଳି ଅକାଳ ବିୟୋଗକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories