www.samajalive.in
Sunday, December 14, 2025
19.1 C
Bhubaneswar

୪ ବର୍ଷହେଲା ସମ୍ବଲପୁର-କୁମାରୀ ସରକାରୀ ବସ୍ ସେବା ଠପ୍ , ଯାତ୍ରୀ ହନ୍ତସନ୍ତ

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ କୁଶଙ୍ଗ ପଞ୍ଚାୟତ କୁମାରୀ ଠାରୁ ସମ୍ବଲପୁର ଯାଉଥିବା ଓଏସଆରଟିସି ଭଳି ଏକମାତ୍ର ସରକାରୀ ବସ୍ ସେବା ପାଖାପାଖି ୪ବର୍ଷହଲୋ ଠପ୍ ଯୋଗୁଁ ବ୍ଲକର ହଜାର ହଜାର ଜନସାଧାରଣ ବୁର୍ଲା ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି। ପ୍ରକାଶ ଯେ ବ୍ଲକର ଜନସାଧାରଣଙ୍କ ଯାତାୟତ ତଥା ମେଡିକାଲ ସୁବିଧା ପାଇଁ କୁମାରୀ ଠାରୁ ସମ୍ବଲପୁର ଏକ ସରକାରୀ ବସ ସେବା ଯୋଗାଇବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ଏକ ସରକାରୀ ବସ୍ ସେବା ସମ୍ବଲପୁରରୁ ବୌଦ୍ଧ-ଚାରିଛକ-ହରଭଙ୍ଗା ଦେଇ କୁମାରୀ ପର୍ଯ୍ୟନ୍ତ ଯିବାଆସିବା କରୁଥିଲା। ଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକେ ସ୍ୱଳ୍ପ ବସ୍ ଭଡାରେ ସମ୍ବଲପୁର ଅଞ୍ଚଳକୁ ବହଞ୍ଚିବା ସହିତ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସୁବିଧାରେ ପହଞ୍ଚି ପାରୁଥିଲେ। କରୋନା ଯୋଗୁଁ ଦୀର୍ଘ ୭ମାସ ହେଲା ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ କିଛି ମାସ ବସ ଚଳାଚଳ ପରେ ବର୍ତ୍ତମାନ ସମ୍ବଲପୁର-କୁମାରୀ ଓଏସଆରଟିସି ବସ ଚଳାଚଳ ବନ୍ଦ ଯୋଗୁଁ ବ୍ଲକର ହଜାର ହଜାର ଜନସାଧାରଣ ସିଧାସଳଖ ବୁର୍ଲା ମେଡିକାଲ ଚିକିତ୍ସା ପାଇଁ ବହଞ୍ଚି ନପାରି ହଇରାଣ ଭୋଗୁଛନ୍ତି। ବୌଦ୍ଧ ଜିଲ୍ଲାର ଆଦିବାସୀ ବହୁଳ ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବସ ଚଳାଚଳ ସୁବିଧା ଯୋଗାଇବା ପାଇଁ ଅଞ୍ଚଳର ବୁଦ୍ଧିଜୀବି ଭୀକାରି ଚରଣ ବାଈ, ପ୍ରାଣକୃଷ୍ଣ ଗୁରୁ ପ୍ରମୁଖ ଦାବୀ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories