www.samajalive.in
Sunday, December 14, 2025
14.1 C
Bhubaneswar

ଜନ୍ମଦିନ ଉପଲକ୍ଷେ ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ଆନୁକୁଲ୍ୟରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଲୋଇସିଂହା ଉଗ୍ରସେନ ଭବନ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଜନଜାତି ସମନ୍ମୟ ସମିତିର ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଲୋଇସିଂହା ବ୍ଲକ୍ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଆଗଲପୁର ବ୍ଲକ୍ ଉପାଧ୍ୟକ୍ଷ ନିରୁପମା ପଧାନ, ୩୩ନଂ ଜୋନ ଜିଲ୍ଲା ପରିଷଦର ଲିଲିମା ବେହେରା, ୩୪ନଂ ଜୋନ ଜିଲ୍ଲା ପରିଷଦର ସଂଯୁକ୍ତା ବରିହା, ୨ନଂ ଜୋନ ଜିଲ୍ଲାପରିଷଦର ବୀଣାପାଣି ଦାସ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଲକ ସଭାପତି ହୃଦାନନ୍ଦ ବେହେରା ସଭାପତିତ୍ବ କରିଥିଲେ।

ଆଗଲପୁର ବ୍ଲକ୍ ଯୁବ ସଭାପତି ନାରାୟଣ ସାହୁ, ଲୋଇସିଂହା ବ୍ଲକ୍ ଯୁବ ସଭାପତି ପ୍ରକାଶ ମହାରଣା, ସଂଯୋଗ ସାହୁ, ସରୋଜ ମହାକୁର, ଟିବିଲୁ କଦମ୍, ସିବଲୁ କଦମ, ସୋମ ପାସାୟତ, ହେମକାନ୍ତ ସାହୁ, ପ୍ରଦୀପ ସାହୁ,ଫିରୋଜା ସତୁଆ, ବୁଦ୍ଧଦେବ ସାହୁ, ନିତ୍ୟାନନ୍ଦ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁଙ୍କ ସହଯୋଗରେ ଲୋଇସିଂହା ଶିବିରରୁ ୧୦୧ ୟୁନିଟ ଓ ପୁଇନ୍ତଲା ଯୁବାମଞ୍ଚ ପକ୍ଷରୁ ୨୧ ୟୁନିଟ ସର୍ବମୋଟ ୧୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରରେ ଅନ୍ୟାନ୍ୟ ଅତିଥି ଭାବରେ ଅନୁରାଧା ପ୍ରିୟଦର୍ଶିନୀ, ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ, ଜିଲ୍ଲା ମହିଳା ସଭାପତି ଦମୟନ୍ତୀ ବାଗ, ଲୋଇସିଂହା ବ୍ଲକ୍ ସଭାନେତ୍ରୀ ଜ୍ୟୋସ୍ନାମୟୀ ନାଗ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories