www.samajalive.in
Sunday, December 14, 2025
26.1 C
Bhubaneswar

ଆରଜିଭିଏମରେ ଇଣ୍ଟରେକ୍ଟ କ୍ଲବ ପ୍ରତିଷ୍ଠା ସମାରୋହ

ସମ୍ବଲପୁର : ସମ୍ବଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ଠାରେ ଇଣ୍ଟରେକ୍ଟ କ୍ଲବର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୨୦୨୩-୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ଏହାକୁ ଇଣ୍ଟରେକ୍ଟ କ୍ଲବର ଚେୟାରମେନ ସନ୍ତୋଷ ହୋତା ସଂଯୋଜନା କରିଥିଲେ। ବିଗତ ବର୍ଷର ସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ନୂତନ ସମ୍ପାଦକ ୨୦୨୩ – ୨୪ ବର୍ଷ ପାଇଁ କାର୍ଯ୍ୟକ୍ରମ ଖସଡା ଉପସ୍ଥାପନ କରିଥିଲେ। ରୋଟାରୀ କ୍ଲବର ସଭାପତି ସୁଜିତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ୱାସେ ମଲ୍ଲିକ, ରୋଟାରୀ କ୍ଲବର ସଦସ୍ୟ ଓ ବିଦ୍ୟାଳୟର ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶନୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories