www.samajalive.in
Sunday, December 14, 2025
14.1 C
Bhubaneswar

ରେଳବାଇ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର : ସମ୍ବଲପୁର ଠାରେ ପୂର୍ବତଟ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୩ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବିଭାଗ ପକ୍ଷରୁ ୮ଟି ଦଳ ପ୍ରତିନିଧିତ୍ୱ କରିଥିଲେ। ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଫାଇନାଲ ମ୍ୟାଚରେ ଇଞ୍ଜିନିୟରିଂ ଦଳ ଓ ଇଲେକ୍ଟ୍ରିକାଲ (ଓପି) ଦଳ ମଧ୍ୟରେ ଆୟୋଜିତ ହୋଇଥିଲା। ୧ – ୦ ଗୋଲରେ ଇଲେକ୍ଟ୍ରିକାଲ ଦଳ ଚଳିତ ବର୍ଷର ଚାମ୍ପିୟନ ହୋଇଛି। ରମେଶ ରାଉତ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ, ସତ୍ୟବ୍ରତ ଡାଙ୍ଗ ସର୍ବାଧିକ ଗୋଲ ସ୍କୋରର, ରିକି ଟପ୍ପୋ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲ ଓ ରବୀନ୍ଦ୍ରନାଥ ପାଣ୍ଡେ ସର୍ବଶ୍ରେଷ୍ଠ ଗୋଲ କିପର ଭାବରେ ବିବେଚିତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର ବିନୀତ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁରର ଅଧ୍ୟକ୍ଷା ଅଞ୍ଜନୀ ସିଂ ଓ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସମସ୍ତ ରେଳବାଇ କର୍ମଚାରୀ ମାନେ ଭାଇଚାରା ଓ କ୍ରିଡାବିତ ମନୋଭାବ ପୋଷଣ ସହିତ ଖେଳରେ ଅଂଶଗ୍ରହଣ କରିଥିବା ବେଳେ ଏହା କର୍ମକ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେବା ଉଚିତ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂ କହିଥିଲେ। ଅତିଥି ମାନେ ବିଜେତା ଓ ଉପ ବିଜେତା ଦଳ ଙ୍କୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ କ୍ରିଡା ଅଧିକାରୀ ଡ. ମନୋଜ କୁମାର ବେହେରା ସଂଯୋଜନା କରିଥିବା ବେଳେ କ୍ରିଡା ସଚିବ ଆଲୋକ ରଞ୍ଜନ ପଣ୍ଡା, ଇକୋ ର ସଦସ୍ୟ, ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories