www.samajalive.in
Friday, December 12, 2025
26.1 C
Bhubaneswar

ଶିଶୁ ମଙ୍ଗଳ କମିଟିର ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଆଶୀର୍ବାଦ ମେଳା

ପାଟଣା: ଜିଲ୍ଲା ଶିଶୁ ମଙ୍ଗଳ କମିଟି କେନ୍ଦୁଝର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରେ କୋର୍ଟ କ୍ୟାମ୍ପ୍ କରି ପିତୃମାତୃହୀନ ବା ଜଣେ କେବଳ ମା କିମ୍ବା ବାପା ଥିବା ଶିଶୁ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ଉପସ୍ଥାପିତ କରିବା ଓ ସେମାନଙ୍କୁ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ନିମନ୍ତେ କିଶୋର ନ୍ୟାୟ ଆଇନ୍ ୨୦୧୫ ଓ ମିଶନ ବାତ୍ସଲ୍ୟ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିନିଧି ମାନେ ମତ ରଖିଛନ୍ତି । କୋଭିଡ-୧୯ ମହାମାରୀରେ ଯେଉଁ ଶିଶୁମାନେ ବାପା ମା କିମ୍ବା ବାପା ମା କୌଣସି ଜଣଙ୍କୁ ହରେଇଛନ୍ତି ସେଇ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପାଉଥିବା ଶିଶୁ ମାନଙ୍କର ବିକାଶର ଅଗ୍ରଗତି ଓ ଆଗାମୀ ଯୋଜନା କଣ ହେବ ବା ସେମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ବିକାଶ ତାଲିମ ଇତ୍ୟାଦି ବିଷୟରେ ଆଲୋଚନା ଓ ଅନୁଧ୍ୟାନ ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କେନ୍ଦୁଝରଙ୍କ ସଂଯୋଜନାରେ ଶିଶୁ ମଙ୍ଗଳ କମିଟି ୨ଟି ପ୍ରତିନିଧି ଦଳ ପାଟଣା ଓ ସାହାରପଡା ବ୍ଲକ୍ ଗସ୍ତରେ ଆସିଛନ୍ତି। ପ୍ରଥମ ଦଳରେ ଅଧ୍ୟକ୍ଷ ବିଭୂତି ଭୂଷଣ ଦାଶ, ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଝରଣା ଦାଶ ଏବଂ ଦ୍ଵିତୀୟ ଦଳରେ ଶିଶୁ ମଙ୍ଗଳ କମିଟିର କୃଷ୍ଣଚନ୍ଦ୍ର ବାରିକ୍, ସୋନାଲି ଦାସ ଓ ସୌମ୍ୟରଞ୍ଜନ ଦାଶ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସାରା ଜିଲ୍ଲା ଗସ୍ତ କରିବାର କାର୍ଯକ୍ରମ ରହିଛି। ଆଜି ସାହାରପଡା ବ୍ଲକରେ ୮୪ ଶିଶୁ ଉପସ୍ଥାପିତ ହୋଇଛନ୍ତି ଏବଂ ପାଟଣା ବ୍ଲକରେ ୯୬ ଶିଶୁ ଉପସ୍ଥାପିତ ହୋଇଛନ୍ତି। ପାଟଣା ବ୍ଲକର ଗୋଷ୍ଠୀ ଉନୟନ ଅଧିକାରୀ ଶିବଶଙ୍କର ମୁର୍ମୁ ଏବଂ ଡିସିପି ଦେବାଙ୍ଗନା ବାରିକ କାର୍ଯକ୍ରମ ଉଦଘାଟନ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories