ଗୁରୁଡିଝାଟିଆ : ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ ପକ୍ଷରୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯିବା ସହିତ ଚାରା ରୋପଣ କରାଯାଇଛି । ସଂଘର ସଭାପତି ଭାଗିରଥି ସାହୁଙ୍କ ଉପସ୍ଥିତିରେ ସଂଘର ସଦସ୍ୟମାନେ ଚିକିତ୍ସାଳୟ ପରିସରସ୍ଥ ଅନାବନା ଗଛକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏଥିସହିତ ବଉଳ, କରଞ୍ଜ, ଶିଶୁ ଓ ନିମ୍ବ ଆଦି ଚାରା ରୋପଣ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସ ବରିଷ୍ଠ ନାଗରିକଙ୍କ ସାମାଜିକ କାର୍ଯ୍ୟ ପାଇଁ ଉତ୍ସାହ ଅତ୍ୟନ୍ତ ମହନୀୟ ବୋଲି କହିବା ସହ ଯୁବପିଢି ବରିଷ୍ଠ ନାଗରିକଙ୍କ ପଦାଙ୍କ ଅନୁସରଣ କରିବା ସହ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି,ସାଧାରଣ ସଂପାଦକ କିରଣ ବିହାରୀ ଖଟୁଆ , ଉପଦେଷ୍ଟା ରାଜକିଶୋର ଖଟୁଆ, ବିଷ୍ଣୁଚରଣ ମହାରଣା, ମିହିର ଶତପଥି, ବଂଶୀଧର ଶତପଥି, ରସାନନ୍ଦ ସ୍ୱାଇଁ, ବାମଦେବ ସୁତାର, ଗୌରାଙ୍ଗ ଅମହନ୍ତି, ବେଣୁଧର ସେନାପତି, ବୈକୁଣ୍ଠ ସାମଲ, ରତ୍ନାକର ସାମନ୍ତ, ରାସବିହାରୀ ମହାନ୍ତି, ମାୟାଧର ଦଳାଇ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ସଫେଇ ଓ ଚାରା ରୋପଣ କରିଥିଲେ।
Popular Categories



