www.samajalive.in
Friday, December 12, 2025
14.1 C
Bhubaneswar

କେନ୍ଦ୍ରୀୟ ମତ୍ସ୍ୟ ସଚିବଙ୍କ ସିଫା ପରିଦର୍ଶନ

ପିପିଲି : ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିଦର୍ଶନ କରିଛନ୍ତି । ଜାତୀୟ ସ୍ତରରେ ରଙ୍ଗୀନ ମାଛଚାଷ ଓ ମୁକ୍ତାଚାଷ ଉପରେ ହିତାଧିକାରୀ ପରାମର୍ଶ ସଭା, ମହିଳା ହିତାଧିକାରୀଙ୍କୁ କୁଶଳୀ କରିବା, ବାୟୋଫ୍ଲକ୍ ଓ ଆକ୍ୱାପନିକ୍ସ ପ୍ରଯୁକ୍ତି, ଆଇଓଟି ଏବଂ ଏ.ଜେ. ଆଧାରିତ ଜଳକୃଷିକୁ ପରିବର୍ଦ୍ଧିତ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ସିଫାର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ ସିଫାର ପ୍ରଯୁକ୍ତି ଉନ୍ନୟନ ଓ ବାଣିଜ୍ୟକରଣ ସମ୍ବନ୍ଧରେ ଆଲୋକପାତ କରିବା ସହ ସିଫାର ବିଭିନ୍ନ ସଫଳତା ସଂପର୍କରେ ସୂଚନା ଦେଇଥିଲେ। କୌଶଲ୍ୟାଗଙ୍ଗ ସ୍ଥିତ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ବରିଷ୍ଠ କାର୍ଯ୍ୟନିର୍ବାହୀ ଡଃ ଏମ୍. କେ. ସିହ୍ନା ଏନ୍ଏଫଡି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶାରେ ମତ୍ସ୍ୟଚାଷ ଓ ଜଳକୃଷିର ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସାଦିକ ଆଲମ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଡଃ. ଲିଖି ମାଛ ଖାଦ୍ୟ ଉତ୍ପାଦକ, ସାମୁଦ୍ରିକ ଖାଦ୍ୟ ରପ୍ତାନୀ କେନ୍ଦ୍ର, ଉଚ୍ଚମାନର ବହୁଗୁଣିତ ଏକକ(ୟୁନିଟ), ବାୟୋଫ୍ଲକ ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ କ୍ଲବ ସଦସ୍ୟଙ୍କ ସହ ଭାବବିନିମୟ କରିଥିଲେ । ପରେ ସେ ସିଫାର କ୍ଷେତ୍ର ପରିଦର୍ଶନ କରିବା ସହ କ୍ୟାଟଫିସ୍ ଚାଷ ନିମନ୍ତେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସିଫାର ପ୍ରଧାନ ବୈଜ୍ଞାନିକ ତଥା ଫିସ୍ ଜେନେଟିକ୍ସ ଏଣ୍ଡ୍ ବାୟୋଟେକ୍ନୋଲୋଜି ବିଭାଗ ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ସଂଯୋଜନା କରିଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories