www.samajalive.in
Friday, December 12, 2025
27.1 C
Bhubaneswar

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚିକିତ୍ସାଳୟ ସଫେଇ ଓ ଚାରାରୋପଣ

ଗୁରୁଡିଝାଟିଆ :  ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ ପକ୍ଷରୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯିବା ସହିତ ଚାରା ରୋପଣ କରାଯାଇଛି । ସଂଘର ସଭାପତି ଭାଗିରଥି ସାହୁଙ୍କ ଉପସ୍ଥିତିରେ ସଂଘର ସଦସ୍ୟମାନେ ଚିକିତ୍ସାଳୟ ପରିସରସ୍ଥ ଅନାବନା ଗଛକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏଥିସହିତ ବଉଳ, କରଞ୍ଜ, ଶିଶୁ ଓ ନିମ୍ବ ଆଦି ଚାରା ରୋପଣ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସ ବରିଷ୍ଠ ନାଗରିକଙ୍କ ସାମାଜିକ କାର୍ଯ୍ୟ ପାଇଁ ଉତ୍ସାହ ଅତ୍ୟନ୍ତ ମହନୀୟ ବୋଲି କହିବା ସହ ଯୁବପିଢି ବରିଷ୍ଠ ନାଗରିକଙ୍କ ପଦାଙ୍କ ଅନୁସରଣ କରିବା ସହ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି,ସାଧାରଣ ସଂପାଦକ କିରଣ ବିହାରୀ ଖଟୁଆ , ଉପଦେଷ୍ଟା ରାଜକିଶୋର ଖଟୁଆ, ବିଷ୍ଣୁଚରଣ ମହାରଣା, ମିହିର ଶତପଥି, ବଂଶୀଧର ଶତପଥି, ରସାନନ୍ଦ ସ୍ୱାଇଁ, ବାମଦେବ ସୁତାର, ଗୌରାଙ୍ଗ ଅମହନ୍ତି, ବେଣୁଧର ସେନାପତି, ବୈକୁଣ୍ଠ ସାମଲ, ରତ୍ନାକର ସାମନ୍ତ, ରାସବିହାରୀ ମହାନ୍ତି, ମାୟାଧର ଦଳାଇ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ସଫେଇ ଓ ଚାରା ରୋପଣ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories