www.samajalive.in
Saturday, December 6, 2025
14.1 C
Bhubaneswar

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଆହତ

ଅନୁଗୁଳ : ଅନୁଗୁଳ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ ଆହତ ହୋଇଛି। ତାର ବାମ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିଲୁର ଅନ୍ୟ ୨ଜଣ ସହଯୋଗୀ ଖସି ପଳାଇଥିବା ସୂଚନା ମିଳିଛି। ସେମାନେ ରନ୍ତଳେଇ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରବିବାର ରାତି ୧ଟା ସମୟରେ ଡେରଜେଙ୍ଗ ପ୍ରୋଜେକ୍ଟ ନିକଟ​‌ରେ ୨୪ଘଣ୍ଟିଆ ପାଟ୍ରୋଲିଂ କରୁଥିବା ଜଣେ ଯବାନଙ୍କ ଉପରକୁ ଦୁବୁର୍ତ୍ତମାନେ ଗୁଳି ଚଳାଇଥିଲେ। ମାତ୍ର ଗୁଳିଟି ତାଙ୍କ ବାଇକ ଚକରେ ବାଜିଥିଲା। ଏହାପରେ ସେମାନେ ପାଲଟା ଗୁଳି ଚାଳନା କରିଥିଲା। ସେଥିରେ ବିଲୁ ଗୁରୁତର ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ବିଲୁର ବାମ ଗୋଡରେ ଗୁଳି ବାଜିବାରୁ ପୁଲିସ ତାକୁ କାବୁ କରି ନେଇଥିଲା। ତାର ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ରାଜା ଓ ବୁଲୁ। ବିଲୁ ନାମରେ ଅନେକ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବାର ଜଣାପଡିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories