www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ବାହାର ରାଜ୍ୟରେ ଦାଦନ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲା ପରିବାର

କଲମପୁର: କାମ କରି ପେଟ ପୋଷିବା ପାଇଁ ସୁଦୁର ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲା ପୁଅ। କିନ୍ତୁ ଘରୁ ବାହାରିବାର ୧୫ ଦିନ ନଯାଉଣୁ ତାର ମରଣ ଖବର ଆସିଛି। ପୁଅକୁ ମୋର ଜାଣି ଶୁଣି ମାରି ଦିଆଯାଇଛି। ଏହା ଏକ ହତ୍ୟା ଘଟଣା। ମୋ ପୁଅର ଶବକୁ ଫେରାଇ ଦିଆଯାଉ। ମୁଁ ଗରିବ ବୋଲି ମୋ ପୁଅ ଦାଦନ ଖଟିବାକୁ ଯାଇଥିଲା। ମୋର କୌଣସି ସାମର୍ଥ୍ୟ ନାହିଁ। କଲମପୁର ପୁଲିସ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଜଣେ ଦାଦନ ଶ୍ରମିକଙ୍କ ବାପା। ଯାହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ପୋଟେସ କଲୋନୀପଡ଼ାର ବୁଢା ମାଝୀଙ୍କ ୧୮ ବର୍ଷିୟ ପୁଅ କୁଅଁର ମାଝୀ ନିଜର ସାଥି ଶ୍ରମିକଙ୍କ ସହ ବେଙ୍ଗାଲୁରୁର ଏକେଡା ନଗରକୁ ଯାଇଥିଲେ କାମ କରିବା ପାଇଁ। ଗତ ୧୩ ତାରିଖ ଦିନ କିଛି ସାଥି ଶ୍ରମିକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ୧୫ ତାରିଖ ଦିନ କୁଅଁରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାରୁ ପରିବାର ଲୋକ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେଣୁ କୁଅଁରର ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ। ଅନ୍ୟପଟେ ଏକେଡା ନଗର ଥାନାରେ ଏନେଇ ସୂଚନା ପହଞ୍ଚିବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

- Advertisement -

କାମ ଧନ୍ଦା ଅଭାବ ଦର୍ଶାଇ ଦିନକୁ ଦିନ ମାନବ ଚାଲାଣ ବୃଦ୍ଧି ପାଉଛି। ପ୍ରଶାସନର କୌଣସି ନିୟମ ରୋକି ପାରୁନାହିଁ ଦାଦନ ଚାଲାଣକୁ, ରୋକି ପାରୁନାହିଁ କୌଣସି ଶ୍ରମ ଯୋଜନା। ଯେଉଁଥିପାଇଁ ଦାଦନ ଶ୍ରମିକ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଉଛି। ଶ୍ରମିକ ଦଲାଲ କବ୍‌ଜାରେ କବଳିତ ହେଉଛନ୍ତି ଦାଦନ ପରିବାର। କିଏ ଦାଦନ ଖଟିବାକୁ ଯାଇ ହାତ ଗୋଡ କଟା ହୋଇ ନିର୍ଯ୍ୟାତିତ ହୋଇ ଫେରୁଛି ତ କିଏ ନିଖୋଜ, ପୁଣି କିଏ ଶବ ହୋଇ ଫେରୁଛି। ପୁଣି କିଛି ଶ୍ରମିକଙ୍କ ଭାଗ୍ୟରେ ଗାଁ ମାଟି ଜୁଟୁନାହିଁ। ବର୍ତମାନ କୁଅଁରଙ୍କ ମୃତଦେହ ଗାଁକୁ ଫେରିବ କି ନାହିଁ ସେନେଇ ସନ୍ଦେହ ଦେଖା ଦେଇଛି। ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନେଲେ ହୁଏତ କୁଅଁରଙ୍କ ମୃତଦେହ ଗାଁ ମାଟିକୁ ଫେରି ପାରନ୍ତା। କିନ୍ତୁ ଏ ଦିଗରେ କାର୍ଯ୍ୟ କରିବା ନେଇ କୌଣସି ଲୋକ ପ୍ରତିିନିଧି ଅଥବା ତଥାକଥିତ ସମାଜସେବୀଙ୍କ ଆଗ୍ରହ ନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories