www.samajalive.in
Monday, December 8, 2025
20.1 C
Bhubaneswar

ମିଳୁନି ଜଳସେଚନ ସୁବିଧା; ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କଲମପୁର : କେନାଲ ମାଧ୍ୟମରେ ଜଳ ସେଚନ ପାଇବାରୁ ବଞ୍ଚିତ ହୋଇଥିବା ୨୦ରୁ ଅଧିକ ଚାଷୀ କଲମପୁର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାସହ ଚାଷ ଜମିକୁ ଜଳ ସେଚନ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି।

ସୂଚନା ଅନୁସାରେ, ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଏକ ଶାଖା କେନାଲ ମାଧ୍ୟମରେ ଦୁଲକିବନ୍ଧ ଚାଷୀ ଜଳ ସେଚନ ସୁବିଧା ପାଇ ଚାଷ କରି ଆସୁଛନ୍ତି। ଏଥିପାଇଁ ଜଳ କର ମଧ୍ୟ ପୈଠ କରି ଆସୁଛନ୍ତି। ଚଳିତ ବର୍ଷ ଚାଷୀମାନେ ଜଳ ସେଚନ ପାଉଥିବା ଏକ ଆଉଟଲେଟକୁ ଜନୈକ ଚାଷୀ ନିଜର ମାଲିକାନାରେ ଥିବା ଦର୍ଶାଇ କେନାଲକୁ ବନ୍ଦ କରି ଜମି ତିଆରି କରି ସାରିଛନ୍ତି। ଯେଉଁଥିପାଇଁ ତଳମୁଣ୍ଡ ଚାଷୀ ଜଳ ସେଚନ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଚଳିତ ବର୍ଷ ଏନେଇ ବାରମ୍ବାର ଜଳସେଚନ ଦାୟିତ୍ୱରେ ଥିବା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ। ଯାହାରି ଫଳରେ ଜଳ ସେଚନ ଅଭାବ ଯୋଗୁଁ ରୁଆ ବିହୁଡା କରିବାରୁ ଚାଷୀ ବଞ୍ଚିତ ହୋଇଛନ୍ତି। ପ୍ରାୟ ଏକ ଶହ ଏକର ଚାଷ ଜମି ଚାଷ ହୋଇପାରିବ ନାହିଁ। ତେଣୁ ବୁଧବାର ଧନେଶ୍ୱର ମାଝୀ, ଜୟଶଙ୍କାର ଛତ୍ରିଆ, ନୟନ ହରିଜନ ବୈଶାଖୁ ଛତ୍ରିଆ, କରୁଣାକର ନାଗ, ହିମାଞ୍ଚଳ ନାଗ ପ୍ରମୁଖ ଚାଷୀଙ୍କ ନେତୃତ୍ୱରେ ୨୦ରୁ ଅଧିକ ଚାଷୀ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ନିଜ ସମସ୍ୟା ସମ୍ବନ୍ଧରେ ତହସିଲଦାର ରୁଦ୍ର ମୋହନ ନାୟକଙ୍କୁ ଅବଗତ କରାଇଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଉକ୍ତ ଆଉଟଲେଟ ତିଆରି ହୋଇଥିବା ଜମିକୁ ଜମି ମାଲିକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୪ ଡିସିମିଲ ଜମି ବିକ୍ରି କରି ସାରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବା ପାଇଁ ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories