www.samajalive.in
Sunday, December 14, 2025
26.1 C
Bhubaneswar

ଲଇଡା କଲେଜରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ

ରେଙ୍ଗାଲି: ଆଜାଦି କି ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ ଲଇଡ଼ା ଦୁତିକା ସାହୁ ମହାବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଧ୍ୟାପିକା ଡ଼କ୍ଟର ଏନ ଏନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ସୈନିକ ଅଶୋକ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଙ୍ଗେଲିଭା ଘଟଣା ବିଷୟ ଛାତ୍ରଛାତ୍ରୀଙ୍କୁ କହିବା ସହିତ ମା’ ମାଟିର ସେବାକୁ ଜୀବନର ସର୍ବ ଶ୍ରେଷ୍ଠ ସେବା ବୋଲି କହିଥିଲେ। ଶ୍ରୀ ନାଏକଙ୍କୁ ଅଧ୍ୟାପିକା ଡ଼କ୍ଟର ପ୍ରଧାନ ଉପଢୌକନ ଦେଇ ସମ୍ମାନିତ କରିଥିବା ବେଳେ ମଞ୍ଚାସୀନ ଥିବା ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ଭୋଇ, ଅଧ୍ୟାପକ ଜୟନାରୟଣ ଶତପଥି, ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ ପଟେଲ ଲଇଡ଼ାର ମା ଅଧିଷ୍ଠାତ୍ରୀ ଦେବୀ ସମଲେଇଶ୍ୱରୀଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନଏସଏସ୍ ୟୁନିଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories