ରେଙ୍ଗାଲି: ରେଙ୍ଗାଲି ଠାରେ ଥିବା ସୁରଜମଲ ମହାବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ତହସିଲଦାର ବେର୍ସିଆସ୍ ଡୁଙ୍ଗ ଡୁଙ୍ଗ ଯୋଗଦେଇ ଭୋଟର ପଞ୍ଜିକରଣ ପ୍ରକ୍ରିୟା ସଂପର୍କରେ ପାଞ୍ଜଳ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ସଚେତନ କରାଇଥିଲେ। ବ୍ଲକସ୍ତରୀୟ ତାଲିମପ୍ରାପ୍ତ ଅଧିକାରୀ ମାର୍ସିଲିନ୍ ପଢିଆରୀ କାର୍ଯ୍ୟକ୍ରମରେ ସହଯୋଗୀ ଅଧିକାରୀ ଭାବରେ ଯୋଗଦାନ କରିଥିଲେ। ରେଙ୍ଗାଲି ବ୍ଳକ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ଅଧ୍ୟାପକ ନରେନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସଂଯୋଜକ ଅଧ୍ୟାପକ ଡ. ଅଭିମନ୍ୟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



