ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନସିସି କ୍ୟାଡ଼େଟ୍, ଯେ ଆରସି, ସ୍କାଉଟ୍, ବରିଷ୍ଠ ନାଗରିକ, ଶିକ୍ଷକ-ଶିକ୍ଷୟିତ୍ରୀ, ଟିମ୍ ହିଉମାନିଟିର ସଦସ୍ୟଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ନାରା ଦେଇ ବେଶ ବାଜା ପଟୁଆର ସହ ଯୋଗ ଦେଇ ଅଜାଦି କା ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଅନନ୍ୟାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସୁକାନ୍ତ କୁମାର ପାଣିଗ୍ରାହୀ, ଆଇନଜୀବୀ ଭାଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଅଜିତ ପଟ୍ଟନାୟକ, ପ୍ରିୟ ରଂଜନ ଚୌଧୁରୀ, ପରେଶ ମହାପାତ୍ର, ତପନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



