www.samajalive.in
Wednesday, December 10, 2025
14.1 C
Bhubaneswar

ଅଭିଭାବକ-ଶିକ୍ଷକ ବୈଠକ, ଯୋଗଦେଲେ ୨୮ ଲକ୍ଷରୁ ଉର୍ଦ୍ଧ୍ୱ

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା/ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ ସ୍ବତଃସ୍ଫୂର୍ତ୍ତ ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସ୍ବଚ୍ଛତା ପକ୍ଷ ପାଳନ, ସୁରଭି ଓ ମିଲେଟ୍ସ ମିଶନ୍ ପ୍ରତିଯୋଗିତା, ଅନ୍‌ଲାଇନ୍ ସୁରକ୍ଷା, ସାଇବର ସଚେତନତା ଓ ବିଦ୍ୟାଳୟ / ଛାତ୍ରଛାତ୍ରୀଙ୍କ ନିରାପତ୍ତ‌ା ବ୍ୟବସ୍ଥା, ଋତୁକାଳୀନ ଛାତ୍ରାବାସ ଏବଂ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା, ସ୍ବଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର, ବାଲ୍ୟ ବିବାହ ଉପରେ ସଚେତନତା, ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ, ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’, ମାଧ୍ୟମିକ ବିଦ୍ୟାଳୟରେ ହାଉସ ସିଷ୍ଟମ ପ୍ରଚଳନ, କ୍ୟାରିୟର ଯୋଜନା, ପିଲାଙ୍କ ମାନସିକ ଚାପ ଓ ଏହାର ଦୂରୀକରଣ ଉପରେ ଆଲୋଚନା ହୋଇଥିଲା।
ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ବିଶଦ୍‌ ଭାବରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ବୈଠକରେ ରାଜ୍ୟବ୍ୟାପୀ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଅଭିଭାବକ ଅଂଶଗ୍ରହଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories