www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱର ଦୀର୍ଘତମ ଶ୍ମଶ୍ରୁଧାରୀ ମହିଳା

ମିଚିଗାନ୍‌: ଦୀର୍ଘତମ ସ୍ମଶୃର ଅଧିକାରୀ ମହିଳା ଭାବେ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଆମେରିକୀୟ ପ୍ରଦେଶ ମିଚିଗାନ୍‌ ନିବାସୀ ୩୮ ବର୍ଷୀୟା ଏରିନ୍‌ ହନିକଟ୍‌। ତାଙ୍କ ଶ୍ମଶ୍ରୁ (ଦାଢ଼ି)ର ଲମ୍ବ ୧୧.୮ ଇଞ୍ଚ ରେକର୍ଡ କରାଯାଇଛି। ପିଲାବେଳୁ ଏରିନ୍‌ଙ୍କର ନିଶ ଦାଢ଼ି ନଥିଲା; କିନ୍ତୁ ୧୩ ବର୍ଷ ବୟସରୁ ତାଙ୍କ ଶରୀରରେ ପଲିସିଷ୍ଟିକ୍‌ ଓଭାରିଆନ୍‌ ସିନ୍‌ଡ୍ରମ୍‌ ଲକ୍ଷ୍ୟ କରାଯାଇଥିଲା। ଏହାଦ୍ବାରା ହରମୋନ୍‌ ଅସନ୍ତୁଳନ ଯୋଗୁଁ ନିଶ ଦାଢ଼ି ବଢ଼ିବାରେ ଲାଗିଥିଲା। ପ୍ରଥମେ ସେ ଦିନକୁ ପ୍ରାୟ ତିନି ଥର ଖିଅର ହେବା ସହ ୱାକ୍ସିଂ କରୁଥିଲେ ଓ ହେୟାର ରିମୁଭର ବ୍ୟବହାର କରୁଥିଲେ; କିନ୍ତୁ ଏସବୁ କାମ ଦେଲା ନାହିଁ। କ୍ରମଶଃ ରକ୍ତଚାପ ବୃଦ୍ଧି ସହ ତାଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହେବାରୁ ସେ ଏହାକୁ ବନ୍ଦ କରିଦେଲେ ଓ ଆଉ ଦାଢ଼ି କାଟିଲେ ନାହିଁ। କବକ ସଂକ୍ରମଣ ଯୋଗୁଁ ତାଙ୍କର ଗୋଟିଏ ଗୋଡ଼ ମଧ୍ୟ କଟାଯାଇଥିଲା। ନିକଟରେ ସେ ୭୫ ବର୍ଷୀୟା ଭିଭିଆନ୍‌ ହ୍ବିଲରଙ୍କ ରେକର୍ଡ ଭାଙ୍ଗିଛନ୍ତି। ହ୍ବିଲରଙ୍କର ୧୦.୦୪ ଇଞ୍ଚ ଲମ୍ବ ଦାଢ଼ି ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories