www.samajalive.in
Tuesday, December 9, 2025
16.1 C
Bhubaneswar

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ପ୍ରଣେତା ମଣ୍ଡଳୀରେ ସୁଧା ମୂର୍ତ୍ତି, ଶଙ୍କର ମହାଦେବନ୍‌

ନୂଆଦିଲ୍ଲୀ: ଏନ୍‌ସିଇଆରଟି ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ୧୯ଜଣିଆ ବିଶେଷଜ୍ଞ ମଣ୍ଡଳୀର ପୁନର୍ଗଠନ କରିଛନ୍ତି ସରକାର। ଏଥିରେ ଲେଖିକା ତଥା ପ୍ରେରଣାଦାୟୀ ବକ୍ତା ସୁଧା ମୂର୍ତ୍ତି, ସଙ୍ଗୀତ ସଂଯୋଜକ ତଥା କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍‌, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ସମେତ ଶିକ୍ଷାବିତ୍‌ ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଅନ୍ୟ ୧୬ଜଣଙ୍କୁ ସ୍ଥାନ ମିଳିଛି। ସେମାନେ ପୁସ୍ତକର ଢାଞ୍ଚା ଓ ବିଷୟବସ୍ତୁ ସହ ଅନ୍ୟ ଶିକ୍ଷା ସାମଗ୍ରୀ ପ୍ରସ୍ତୁତି ତଥା ପାଠ୍ୟଖସଡ଼ା ପ୍ରଣୟନ ସମ୍ପର୍କରେ ପରାମର୍ଶ ଦେବେ। ବିଶେଷଜ୍ଞ ମଣ୍ଡଳୀର ଅଧ୍ୟକ୍ଷ ଭାବେ ଏନ୍‌ଆଇଇପିଏ କୁଳପତି ଏମ୍‌.ସି ପନ୍ତଙ୍କୁ ସରକାର ନିଯୁକ୍ତ କରିଛନ୍ତି। ସହକାରୀ ଅଧ୍ୟକ୍ଷ ଭାବେ ପ୍ରିନ୍ସଟନ୍‌ ବିଶ୍ବବିଦ୍ୟାଳୟର ଗଣିତ ପ୍ରାଧ୍ୟାପକ ମଞ୍ଜୁଲ ଭାର୍ଗବ ନିଯୁକ୍ତ ହୋଇଛନ୍ତି। ସେମାନେ ତୃତୀୟ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟ କରିବେ। ସୁଧା ହେଉଛନ୍ତି ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’ର ସହପ୍ରତିଷ୍ଠାତା ଏନ୍‌. ନାରାୟଣ ମୂର୍ତ୍ତିଙ୍କ ପତ୍ନୀ। ଅନ୍ୟ ସଦସ୍ୟମାନେ ହେଉଛନ୍ତି ଗଣିତଜ୍ଞ ସୁଜାତା ରାମଦୁରାଇ, ବ୍ୟାଡମିଣ୍ଟନ ତାରକା ୟୁ. ବିମଳ କୁମାର, ଭାରତୀୟ ଭାଷା ସମିତି ଅଧ୍ୟକ୍ଷ ଚାମୁ କୃଷ୍ଣ ଶାସ୍ତ୍ରୀ, ସେଣ୍ଟର ଫର ପଲିସି ଷ୍ଟଡିସ୍‌ ଅଧ୍ୟକ୍ଷ ଏମ୍‌.ଡି ଶ୍ରୀନିବାସ ପ୍ରମୁଖ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories