www.samajalive.in
Sunday, December 14, 2025
16.1 C
Bhubaneswar

୨୦ ହଜାର ପଦ ପୂରଣ ହେବ

ଭୁବନେଶ୍ୱର : ରାଜ୍ୟରେ ବଦଳିବ ପ୍ରାଥମିକ ବିଦ୍ୟାଳୟଗୁଡିକର ଚିତ୍ର। ୫-ଟି ଅଧୀନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ କରିବା ଭଳି ପ୍ରାଥମିକ ବିଦ୍ୟାଳୟଗୁଡିକର ରୂପାନ୍ତରଣ କରାଯିବ। ଦୀର୍ଘବର୍ଷ ହେବ ପ୍ରାଥମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟ ମୁହାଁ ହେଉଥିଲେ। ତାହାକୁ ଦୃଷ୍ଟିରେ ରଖି ପ୍ରାଥମିକ ବିଦ୍ୟାଳୟଗୁଡିକୁ ପର୍ଯ୍ୟାୟ କ୍ରମେ ରୂପାନ୍ତରଣ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦ ପୂରଣ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩୩ ହଜାର ପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା ୧୪ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦ ସହିତ ଅବସର ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦକୁ ଆକଳନ କରି ଚଳିତ ଡିସେମ୍ବର ସୁଦ୍ଧା ଏକକାଳୀନ ୨୦ ହଜାର ଶିକ୍ଷକ ପଦ ପୂରଣ କରାଯିବ। ଏହାବ୍ୟତୀତ ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, ଗଞ୍ଜାମ ଓ ଗଜପତି ସୀମାନ୍ତ ଜିଲା ଗୁଡିକରେ ପାଠ ପଢୁଥିବା ବଙ୍ଗଳା, ସାନ୍ତାଳି, ତେଲୁଗୁ ଛାତ୍ରଛାତ୍ରୀଙ୍କ ପାଇଁ ଭାଷା ଶିକ୍ଷକ ନିଯୁକ୍ତି କରାଯିବ। ବିଭିନ୍ନ ପ୍ରାକୃତିକ ପ୍ରତିବନ୍ଧକ ଯୋଗୁଁ ରାଜ୍ୟ ସରକାର କେତେକ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରି ଦେଇଥିଲେ। ସେଥିରୁ କିଛି ବିଦ୍ୟାଳୟକୁ ସାନି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଜନପ୍ରତିନିଧି, ବିଧାୟକ ଓ ସାଂସଦଙ୍କ ସୁପାରିସ କ୍ରମେ ସେଗୁଡିକୁ ସରକାର ଖୋଲିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ୩୦ଟି ଜିଲାରେ ଏବେ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ସେଥିରୁ ପ୍ରତିମାସରେ ୨ରୁ ୩ ହଜାର ଶିକ୍ଷକ ଅବସର ଗ୍ରହଣ କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏବେ ସୁଦ୍ଧା ୧୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦ ଖାଲି ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଅବସର ଶିକ୍ଷକଙ୍କୁ ମିଶାଇ ୨୦ ହଜାର ଶିକ୍ଷକ ପଦ ପୂରଣ କରାଯିବ। କୁନି କୁନି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଆଗ୍ରହ, କୌତୂହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ବ୍ୟବସ୍ଥା କରିଛି। ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହିତ ପ୍ରାଥମିକ ଶିକ୍ଷାର ମୂଳଦୁଆ ସଦୃଢ କରିବାକୁ ଯାଉଛନ୍ତି ବୋଲି ପ୍ରାଥମିକ ବିଦ୍ୟାଳୟ(ଏଲିମେଣ୍ଟାରି )ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories