www.samajalive.in
Sunday, December 14, 2025
16.1 C
Bhubaneswar

ଆଦିବାସୀଙ୍କ ଜୀବନଶୈଳୀରେ ଉନ୍ନତି ଏବଂ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର

ଭୁବନେଶ୍ବର: ଆଦିବାସୀ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଯେକୌଣସି ଗୋଷ୍ଠୀକୁ ବର୍ଣ୍ଣନା କରେ। ଆଦିବାସୀ ଏକ ଆଇନଗତ ଶବ୍ଦ। ଆଦିବାସୀ ଏକ ଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଗୋଷ୍ଠୀ ଯାହାକି ସେମାନେ ରହୁଥିବା, ରହୁଥିବା ଜମି ଏବଂ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଭବିଷ୍ୟତ ପିଢ଼ି ପାଇଁ ସେମାନଙ୍କର ସଂସ୍କୃତି ଓ ପରମ୍ପରା ଅନନ୍ୟ ପରିଚୟ। ତେଣୁ ସାମାଜିକ ନ୍ୟାୟ ଅନୁଯାୟୀ ସମସ୍ତଙ୍କ ଅଧିକାରକୁ ସମ୍ମାନ ଏବଂ ସମର୍ଥନ ଉପରେ ଧ୍ୟାନ ଦେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦରକାର। ଆଦିବାସୀଙ୍କ ଜୀବନଶୈଳୀରେ ଉନ୍ନତି ଏବଂ ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦେବା ଦରକାର ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଶ୍ବ ନୃତତ୍ତ୍ବ କଂଗ୍ରେସରେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସମାଜରେ ସମାନ ସୁଯୋଗ ପାଇବା ଅଧିକାର ରହିଛି। ସାମାଜିକ ନ୍ୟାୟ ମଧ୍ୟରେ ସ୍ବଚ୍ଛତା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ପରିବେଶ, ଶିକ୍ଷା, ବାସଗୃହ ଇତ୍ୟାଦି ଅନ୍ତର୍ଭୁକ୍ତ। ତେଣୁ ସାମାଜିକ ନ୍ୟାୟ ଅଧାରରେ ସମାନତା ଆଣିବା ଜରୁରୀ ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କୁଳପତି ପ୍ରକାଶ କରିଥିଲେ।

- Advertisement -

ଦିଲ୍ଲୀ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(କିସ) ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ସାର୍ବଜନୀନ କ୍ଷେତ୍ରରେ ନୃତତ୍ତ୍ବ: ସ୍ୱଦେଶୀତା, ସାମାଜିକ ନ୍ୟାୟ, ସ୍ଥିରତା ଏବଂ ବିଶ୍ୱ ଶାନ୍ତି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କିସ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, ୟୁନିସେଫ ବରିଷ୍ଠ ଉପଦେଷ୍ଟା ଅଖିଳ ବିହାରୀ ଓତା, ୟୁଆଇଏଫ ବରିଷ୍ଠ ସଦସ୍ୟ ପ୍ରଫେସର ଏସ.ଗ୍ରେଗୋରୀ ପ୍ରମୁଖ ରାଜ୍ୟରେ ଆଦିବାସୀଙ୍କ ଜୀବନଶୈଳୀ, ସଂସ୍କୃତି, ପରମ୍ପରା ନିଆରା ବୋଲି ବର୍ଣ୍ଣନା କରିବା ସହିତ ସେମାନଙ୍କ ସୁରକ୍ଷା, ଜମିଜଙ୍ଗଲ ଅଧିକାର ଆଦି ଉପରେ ବକ୍ତବ୍ୟ ରଖିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ନୃତତ୍ତ୍ବ ବିଭାଗ ମୁଖ୍ୟ ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବାବେଳେ ଡ.ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଦୁଇଟି ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ପ୍ରତିନିଧିମାନେ ସେମାନଙ୍କ ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories