କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଆଦିବାସୀ ପଡିଆରେ କନ୍ଦକୂଳ ସମାଜ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିନ କରାଯାଇଛି। ଏଥିରେ ଓଡ଼ିଶା ଆଦିବାସୀ ମହାସଙ୍ଗର ସଭାପତି ଦିନବନ୍ଧୁ ହୁଇକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ସଭାପତି ଲକ୍ଷ୍ମୀ ପ୍ରାସ୍କା ,ଉପଦେଷ୍ଟା ଯୋଗେନ୍ଦ୍ର ୱାଡକା ମଞ୍ଚାସିନ ରହିଥିଲେ। ୧୯୮୨ ମସିହାରେ ଯୋଗୁ ନାଚିକା, ବଳରାମ ନାଚିକା, ଆପାରାଓ କୁଲିସିକା, ବାଲାରାଓ ବିଡିକା, ସୁନୀଲ ହୁଇକା, କାମେଶ୍ୱର ତିଆକା, ବିନାୟକ କୁଲିସିକା, ବାବୁରାଓ ନିସିକା, କୃଷ୍ଣ କଞ୍ଜକା ମାନେ ଆଦିବାସୀ କନ୍ଦକୂଳ ସମାଜ ଆରମ୍ଭ କରିଥିଲେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସମାଜର ସଂଗଠନର ସୁଦୃଢ କରଣ, କନ୍ଧକୂଳ ପୂର୍ବରୁ ନିୟମ ପାଳନ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ପରମ୍ପରା ଲୋପ ପାଇଯାଉଛି ପୁନର୍ବାର ପରମ୍ପରାକୁ ବଜାୟ ରଖିବା, ବିନିଷପୁର ଗ୍ରାମରେ ୩ଟି ସହିଦ ପୀଠ ସ୍ଥାପନ ହୋଇଛି ସେମାନେ ଇଂରେଜ ଶାସନ କାଳରେ ସହିଦ ହୋଇଥିଲେ ବୋଲି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
Popular Categories



