www.samajalive.in
Sunday, December 14, 2025
26.1 C
Bhubaneswar

ପାଇପ୍ ଲାଇନ୍ କାମରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ଲୋକେ ହନ୍ତସନ୍ତ

ରେଙ୍ଗାଲି: ପାଇପ୍ ଲାଇନ୍ କାମ ରେଙ୍ଗାଲି ବ୍ଲକ ର କତରବଗା ଗ୍ରାମ ରାସ୍ତା ପାର୍ଶ୍ବ ରେ ଗତ ଦୁଇ ମାସ ହେଲା ଲମ୍ବା ଗାତ ଖୋଲି ଦେଇ ଠିକାଦାର କାମ ବନ୍ଦ କରି ଦେଇଥିବା ଫଳରେ ଗ୍ରାମବାସୀ ଓ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କତରବଗା ସାପ୍ତାହିକ ବଜାର ରୁ ପ୍ରାୟ ୩୦୵୪୦ଫୁଟ ଲମ୍ବ ୫୵୬ ଫୁଟ ଗଭୀର ଗାତ ଖୋଲି ରାସ୍ତା ଉପରେ ମାଟି ଡମ୍ପିଂ କରି ଦିଆଯାଇଛି। ଏଥିଯୋଗୁଁ ଗମନାଗମନରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି। ଦୁଇ ମାସ ହେଲା ଗାତ ଖୋଲି ଦେଇ କାମ ବନ୍ଦ ରହିବା ଫଳରେ ପାଇପ୍ ଲାଇନ୍ ମରଣଯନ୍ତା ଭଲି ସ୍ଥିତି ସୃଷ୍ଟି ଉତ୍ପନ୍ନ କରିଛି। ଗାଈ ଗୋରୁ ଆଦି ପଶୁ ସମ୍ପଦ ଗାତରେ ପଡିବାର ଆଶଙ୍କା ଦେଖାଦେଇଛି। ଗାତ ଖୋଲି ମାଟି ରାସ୍ତା ଉପରେ ଡମ୍ପିଂ କରିଦେବା ଦ୍ବାରା ରାସ୍ତା ସଙ୍କୁଚିତ ହୋଇ ଗମନାଗମନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ବର୍ଷାରେ ରାସ୍ତା କାଦୁଅ ପଚପଚ ହୋଇ ଯାତାୟତରେ ବ୍ୟାଘାତ ଦେଖାଦେଉଛି। ଏସଂକ୍ରାନ୍ତରେ ଗ୍ରାମବାସୀ ଠିକାଦାରଙ୍କୁ ଆପତ୍ତି କଲେ ମଧ୍ୟ ଠିକାଦାର ଗ୍ରାମବାସୀଙ୍କ ଆପତ୍ତିକୁ ଭ୍ରୁକ୍ଷେପ କରୁ ନାହାନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories