www.samajalive.in
Sunday, December 14, 2025
16.1 C
Bhubaneswar

ଅଗଷ୍ଟ କ୍ରାନ୍ତି ଦିବସ ଅଵସରରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ

ବୌଦ୍ଧ: ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ଆହୁତ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ ଅଵସରରେ ବୌଦ୍ଧ ଠାରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସମ୍ପାଦକ ଅବକାଶ ସାହୁଙ୍କ ନେତୃତ୍ବରେ ଦଶ ଦଫା ଦାବିନେଇ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ଅଵସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ଭାବେ ଅବକାଶ ସାହୁ ଗୁପ୍ତେଶ୍ୱର ପ୍ରଧାନ ସୁଧାଂଶୁ ପ୍ରଧାନ ବାସନ୍ତୀ ପ୍ରଧାନ ପଞ୍ଚାନନ ମହାକୁଳ ପ୍ରଫୁଲ୍ଲ ନାୟକ ପ୍ରମୁଖ ଉଦବୋଧନ ଦେଇ ସାରା ଦେଶର ହୁହୁ ହୋଇ ବଢ଼ିଚାଲିଥିବା ଦରଦାମ ଓ ଏଥିରୁ ତ୍ରାହି ମିଳୁନ ଥିବା ବେଳେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ଠାରୁ ଆରମ୍ଭ କରି ଗ୍ୟାସ ଦୁଗ୍ଧ ଯାତ ଦ୍ରବ୍ୟ ଚୁଡାମୁଢି ଉପରେ ଏପରିକି ପିଲାଏ ପାଠ ପଢୁଥିବା ହଷ୍ଟେଲ ଉପରେ ମଧ୍ୟ ଜି.ଏସ.ଟି. ଲାଗୁହୋଇଛି ପେଟ୍ରୋଲ ଡିଜେଲ କଥା ନ‌ କହିଲେ ଭଲ। କୃଷି କ୍ଷେତ୍ର ଓ ସର୍ବାଧିକ ଅବହେଳିତ ହୋଇପଡିଛି । ଏଯାବତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୪,୦୦୦ଟଙ୍କା ଧୁଆଁବାଣରେ । ପଡୋଶୀ ରାଜ୍ୟ ଧକ୍ଷନକୁଇଣ୍ଟାଲ ୨୫ ଶହ ରୁ ତିନି ହଜାର ଟଙ୍କା ଦେଉଥିବାବେଳେ ଓଡିଶା ସେଥିରୁ ବ୍ୟତିକ୍ରମ । ଅପରପକ୍ଷେ ଚାଷୀ ଆୟ ୨ ଗୁଣା ଦେବାକୁ କହି କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦୀ ସରକାର ସମୟର ଡିଜେଲ ଦର,ବିଜୁଳି ଦର,ସାରା, ଔଷଧ ବିହନ ପ୍ରଭୃତି ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି । ଠିକ ସେହିଭଳି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ରେ ଚାରି ଗୋଟି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ତିନି ଗୋଟି ଜନ୍ମପୂର୍ବରୁ ଅକାଳରେ ଗର୍ଭପାତ ହୋଇସାରିଛି । ଏକମାତ୍ର କାର୍ୟକାରୀ ତିରଡ଼ ପ୍ରକଳ୍ପରୁ ଏ ଯାବତ ବୁନ୍ଦାଏବି ଜଳ ଚାଷୀ ପାଇଲେନାହିଁ । ଏହି ପ୍ରରିପ୍ରେକ୍ଷୀ ରେ ରାଜ୍ୟ ଓ ଦେଶର ଶ୍ରମିକ କୃଷକ କୁଳ ଅତ୍ୟନ୍ତ ଦୁଃଖ ଦୈନରେ କାଳତିପାତ କରିବା ସହ ଭୋକ ଉପାସରେ ଛଟପଟ ହେଉଛନ୍ତି। ଶ୍ରମ ଆଇନକୁ ସଂଶୋଧନ କରି ମାଲିକ କମ୍ପାନୀ ସପକ୍ଷରେ ଚାରିଟି ଶ୍ରମ କୋର୍ଡ ରେ ପରିଣତ କରାଯାଉଛି ବହୁ କଳଙ୍କିତ ଆଉଟ ଶୋର୍ସିଙ୍ଗ ନାମରେ ଶ୍ରମଶକ୍ତିକୁ ଲୁଣ୍ଠନ କରୁଛନ୍ତି କ୍ଷ ଆଇଏଲସି ର ନିଷ୍ପତ୍ତି ସତ୍ୱେ ଆଶା ଅଙ୍ଗନବାଡି ପାଚିକା ପ୍ରଭୃତି ସ୍କିଲ କର୍ମଚାରୀଙ୍କୁ ଏ ଯାବତ ସରକାରୀ କର୍ମଚାରୀର ମାନ୍ୟତା ମିଳିଲା ନାହିଁ କ୍ଷ ଆଜିର ମହଙ୍ଗା ଯୁଗରେ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ପ୍ରଦାନ । ପ୍ରସ୍ତାବିତ ମୋଟର କର୍ମଚାରୀ ସୁରକ୍ଷା ଆଇନରେ ସମସ୍ତ ବସ ଓ ମୋଟର କର୍ମଚାରୀଙ୍କୁ ସାମିଲ ସମସ୍ତ ଶ୍ରମିକ କୃଷକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ନୂତନ ପେନସନ ନୀତି ପ୍ରତ୍ୟାହାର କରି ପୁରୁଣା ପେନସନ ଆଇନ ଲାଗୁ ପ୍ରଭୃତି ଦାବୀ ନେଇ ଆଲୋଚନା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞ୍ଜନ ମହାପାତ୍ର ଆସି ଦାବୀ ପତ୍ର ଗ୍ରହଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories