www.samajalive.in
Sunday, December 14, 2025
26.1 C
Bhubaneswar

ଚାରାରୋପଣ କରି ଜନ୍ମଦିନ ପାଳନ କଲେ ଛାତ୍ର

ସମ୍ବଲପୁର: ସମ୍ବଲପୁରର ସାକ୍ଷୀପଡ଼ା ନିବସୀ କୃଷ୍ଣ ଚନ୍ଦ୍ର ଦାସ ଓ ପୁଷ୍ପଲତା ଦାସ ଙ୍କ କନିଷ୍ଠ ପୁତ୍ର ତଥା ସେନ୍ଟ ଜୋନ ସ୍କୁଲର ୫ମ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ଦାସ ଓରଫ ସୋନୁ ନିଜର ଜନ୍ମଦିନ ଅବସରରେ ନିଜର ସ୍କୁଲ ସମ୍ମୁଖରେ ଚାରାରୋପଣ କରିଛନ୍ତି। ସୋନୁ ଶିଘ୍ର ବଢ଼଼ୁଥିବା ତଥା ଗାଈଗୋରୁ ଖାଉ ନ ଥିବା ଏବଂ ଛାୟା ପ୍ରଦାନ କରୁଥିବା ୨ଟି ନିମ୍ବ ଓ ୩ଟି କରଞ୍ଜ ଗଛ ସମେତ ସମୁଦାୟ ୫ଟି ଗଛର ଚାରାରୋପଣ କରିଛନ୍ତି। ସ୍କୁଲର ଛୁଟି ସମୟରେ ଅଭିଭାବକ ମାନଙ୍କୁ ଗ୍ରୀଷ୍ମତାପରେ ଛିଡା ହେବାକୁ ପଡୁଥିବା ବେଳେ ଏହି ଛାୟା ପ୍ରଦାନକାରି ବୃକ୍ଷ ଗୁଡିକ ଆଗାମୀ ଦିନରେ ସମସ୍ତଙ୍କୁ ଗ୍ରୀଷ୍ମତାପରୁ ରକ୍ଷା କରିବ ଏବଂ ନିମ୍ବ ଗଛ ବାତାବରଣକୁ ଶୁଦ୍ଧିକରଣ କରିବ ବୋଲି ସୋନଙ୍କ ପିତା ଓ ମାତା ମତ ଦେଇଛନ୍ତି। ଛାତ୍ରଙ୍କ ସହିତ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ମହତ କାର୍ଯ୍ୟରେ ଅଶ୍ୱିନୀ କଠାର, ମନୋଜ କୁମାର ମେହେର, ତପନ କୁମାର ପଟେଲ ଓ ରାମଦୟାଲ ତ୍ରିପାଠୀ ସହାୟତା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories