www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଅଗଷ୍ଟକ୍ରାନ୍ତି ଦିବସ

ଡେସ୍କ: ଆଜି ହେଉଛି ଅଗଷ୍ଟକ୍ରାନ୍ତି ଦିବସ। ୧୯୪୨ ଅଗଷ୍ଟ ୮ରେ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କମିଟି ବମ୍ବେ ଅଧିବେଶନରେ ଏହି ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ସଂକଳ୍ପ ପାରିତ କରିଥିଲା। ଆନ୍ଦୋଳନ ଆରମ୍ଭ ପୂର୍ବରୁ ଗାନ୍ଧିଜୀଙ୍କ ସମେତ କଂଗ୍ରେସର ପ୍ରମୁଖ ନେତାଙ୍କୁ ଗିରଫ କରାଯାଇଥିଲା। ତେବେ ଅଗଷ୍ଟ ୯ରେ ମୁମ୍ବାଇର ଅଗଷ୍ଟକ୍ରାନ୍ତି ମଇଦାନରେ ଅରୁଣା ଆସଫ ଅଲ୍ଲୀ ଜାତୀୟ ପତାକା ଉତ୍ତୋଳନ କରି ଏହି ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏହା ଅଗଷ୍ଟକ୍ରାନ୍ତି ନାମରେ ସୁପରିଚିତ।

ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ମନ୍ତ୍ରରେ ଉଦ୍‌‌ବୁଧ ହୋଇ ଦେଶବାସୀ ଇଂରେଜ ଶାସନ ବିରୋଧରେ ଏକଜୁଟ୍‌‌ ହୋଇଥିଲେ। ଦେଶବ୍ୟାପୀ ହରତାଳ ଓ ଶୋଭାଯାତ୍ରାମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜିର ପିଢ଼ି ପାଇଁ ସେହି ସମୟର କ୍ରାନ୍ତିଦିବସକୁ ଏବେ ମନେ ପକାଇ ଦେଶପ୍ରେମରେ ଉଦ୍‌‌ବୁଦ୍ଧ ହେବା ଲାଗି ଅବସର ସୃଷ୍ଟି ହୋଇଛି।

- Advertisement -


ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟ୍‌‌ ବାର୍ତ୍ତାରେ ଶ୍ରୀ ମୋଦୀ ଭାରତଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ଆଲୋକପାତ କରିଛନ୍ତି। ବ୍ରିଟିଶ ଶାସନରୁ ଦେଶକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଛାଡ଼ ଆନ୍ଦୋଳନ ଯୋଗୁଁ ଭାରତର ସାଂପ୍ରତିକ ସାମୂହିକ
ସ୍ୱର ଦୁର୍ନୀତି, ପରିବାର ରାଜନୀତି ଓ ତୁଷ୍ଟୀକରଣ ବିରୁଦ୍ଧରେ ଦେଶକୁ ମୁକ୍ତ କରିବା ପାଇଁ ପ୍ରେରଣା ମିଳିଥିଲା।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ‘ଶହୀଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହେବାରୁ ଆମ୍ଭମାନଙ୍କୁ ସ୍ୱାଧୀନତା ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅମର ପ୍ରସାଦ ଶତପଥୀ, ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ଶହୀଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories