www.samajalive.in
Saturday, December 13, 2025
26.1 C
Bhubaneswar

୮ଦିନ ମଧ୍ୟରେ ପାଉଁଶ ପରିବହନ ବନ୍ଦ ନହେଲେ ରାସ୍ତାରୋକ ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍‌‌ କତରବଗା ଗ୍ରାମପଞ୍ଚାୟତ ରଚଦଳିପିଟା, ଝରନପାଲି, ତିଲିଙ୍ଗିକେମ୍ପ, ଭୁଲିଆଟିକ୍ରା, ପିତାପାଲି ଆଦି ଗ୍ରାମ ଦେଇ ବେଆଇନ୍‌‌ ଭାବେ ହେଉଥିବା ପାଉଁଶ ପରିବହନ ଆସନ୍ତା ୮ଦିନ ମଧ୍ୟରେ ବନ୍ଦ କରା ନଗଲେ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥରେ ରାସ୍ତାରୋକ କରାଯିବ। ଏଥିସହ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ଏକ ପ୍ରତିନିଧିଦଳ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରି ଜନସାଧାରଣଙ୍କ ସ୍ୱାକ୍ଷରିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ମଧ୍ୟ ସ୍ୱାକ୍ଷର ରହିଛି। ଜିଲା ପରିଷଦ ସଭ୍ୟ ଦେ ନାରାୟଣ ତିୱାରୀ, ସରପଞ୍ଚ ନିଳାମ୍ବର ରୋହିଦାସ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ତଥା ସ୍ୱେଚ୍ଛାସେବୀ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ।

ସୂଚିତ ଯେ, ଅଞ୍ଚଳବାସୀ ଗତ ଏପ୍ରିଲ୍‌‌ ମାସ ୨୪ ତାରିଖ ଦିନ ଜିଲାପାଳଙ୍କୁ ସାକ୍ଷାତ କରି ପାଉଁଶ ପରିବହନ ଯୋଗୁଁ ରାସ୍ତାଘାଟ ଅତି ଶୋଚନୀୟ ହେବା ସହିତ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେଉଥିବାରୁ ପାଉଁଶ ପରିବହନ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩ ମାସ ବିତିଗଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ସେହି ଗ୍ରାମ ଦେଇ ଅହରହ ଭାରିଯାନରେ ପାଉଁଶ ପରିବହନ ଜାରି ରହିଛି। ରାସ୍ତାଘାଟର ଅବସ୍ଥା ଅତି ଶୋଚନୀୟ ହୋଇ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାଉଁଁଶ ପରିବହନ ଯୋଗୁଁ ରାସ୍ତା ଅତି ଦୟନୀୟ ହୋଇ କାଦୁଅ ସରସର ହୋଇଥିବାରୁ ଏହାର ପ୍ରତିବାଦ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲା ପରିଷଦ ସଭ୍ୟ ଦେ ନାରାୟଣ ତିୱାରୀ, ସରପଞ୍ଚ ନିଳାମ୍ବର ରୋହିଦାସ ଗ୍ରାମବାସୀଙ୍କ ସହିତ ମିଶି ରାସ୍ତା ଉପରେ ଧାନ ପହ୍ଲା ରୋଇଥିଲେ। ଅଞ୍ଚଳର ୩୦/୪୦ଟି ଗ୍ରାମର ଜନସାଦାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ଦୈନିନ୍ଦିନ ଏହି ରାସ୍ତାରେ ଯାତାୟତ ପାଇଁ ନିର୍ଭର କରିଥାନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories