www.samajalive.in
Sunday, December 14, 2025
23.1 C
Bhubaneswar

ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ; ପାଇପ ପୋତିଲା ବେଳେ ଉପୁଡ଼ିଲା ଶାଗୁଆନ ଗଛ  

ହରଭଙ୍ଗା: ହରଭଙ୍ଗାଠାରେ ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ ବାରମ୍ବାର ସାମ୍ନାକୁ ଆସୁଛି। କେତେବେଳେ ପାଇପ୍‌‌ ପୋତିବା ନାଁରେ ଗାଁ ମୁଖ୍ୟ ରାସ୍ତା ଖୋଳିଦେଇ ମାଟି ପୋତିବା କାର୍ଯ୍ୟ ଭୁଲିଯାଉଛି। ପୁଣି କେତେବେଳେ ପାଇପ୍‌‌ ପୋତିବା ନାଁରେ ମୂଲ୍ୟବାନ ଶାଗୁଆନ ଗଛ ଉପାଡ଼ି ପକାଇ ନିଜର ମନମାନୀରେ କାର୍ଯ୍ୟ ଚଳାଇଥିବା ବାରମ୍ବାର ନଜରକୁ ଆସୁଛି। ଏଭଳି ଘଟଣା ହରଭଙ୍ଗା-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ବୁକେଶିଙ୍ଗା ବସଷ୍ଟପ୍ ସମ୍ମୁଖରେ ଦେଖିବାକୁ ମିଳୁଛି। ଲୁହା ପାଇପ୍‌‌ ପୋତିବା ନାଁରେ ମୂଲ୍ୟବାନ ଶାଗୁଆନ ଗଛ ଉପୁଡ଼ି ପଡ଼ିଥିବା ନଜରକୁ ଆସିଛି। ତୁରନ୍ତ ଏ ଦିଗରେ ବନବିଭାଗ ଦୃଷ୍ଟି ଦେବା ସହ କମ୍ପାନୀ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଉଠୁଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories