www.samajalive.in
Sunday, December 7, 2025
14.1 C
Bhubaneswar

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ବାରଣ୍ଡାରେ ବିତୁଛି ଜୀବନ

ହରଭଙ୍ଗା: ସରକାର ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ଘର ଖଣ୍ଡିଏ ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ସରକାରଙ୍କ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଆଉ ଏବେ ମୋ ଘର ଭଳି ମାଳ ମାଳ ଯୋଜନା ସତ୍ତ୍ବେ ଜଣେ ଅସହାୟ ଗରିବ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବା ସରକାରୀ ଯୋଜନାର ସଫଳତା ଉପରେ ବଡପ୍ରଶ୍ନ ଚିହ୍ନ ଛିଡ଼ା କରିଛି। ଏଭଳି ଏକ ଚିତ୍ର ହରଭଙ୍ଗା ବ୍ଲକ ବଣ ପାହାଡ ଘେରା ମହାଲ୍ଲିକପଡ଼ା ପଂଚାୟତ ସଦର ମହକୁମାରେ ଦେଖିବାକୁ ମିଳୁଛି।

ପ୍ରକାଶ ଯେ, ମହାଲ୍ଲିକପଡ଼ା ଗ୍ରାମର ଭିମସେନ ବେହେରାଙ୍କ ଭଳି ଜଣେ ଅସହାୟ ଗରିବ ଶ୍ରେଣୀର ଲୋକ ଦୀର୍ଘବର୍ଷ ହେଲା କେନ୍ଦୁପତ୍ର ଫଡି ବାରଣ୍ଡାରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବର୍ଷା ସମୟରେ ବହୁ ସଂଖ୍ୟାରେ ସରିସୃପ ଚଳପ୍ରଚଳ ହେଉଛନ୍ତି। ଏଭଳି ଅସୁରକ୍ଷିତ ଅବସ୍ଥାରେ ସେ ବାରଣ୍ଡାରେ ଆଶ୍ରୟ ନେଉଥିବା ଜଣାପଡ଼ିଛି। ଏହି ଘଟଣା ପଂଚାୟତ କାର୍ଯ୍ୟାଳୟ ନାକତଳେ ଦେଖିବାକୁ ମିଳିଛି। ପଂଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଭୀମସେନଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିନାହିଁ। ଅନ୍ୟପଟେ ସରକାରୀ ସହାୟତା ଭାବେ ଭୀମସେନଙ୍କୁ ଭତ୍ତା ଟଙ୍କା ମିଳୁଥିବାବେଳେ ଚାଉଳ ମଧ୍ୟ ମିଳୁନଥିବା ଜଣାପଡ଼ିଛି। ତୁରନ୍ତ ବ୍ଲକ ପ୍ରଶାସନ ଭିମସେନଙ୍କୁ ପକ୍କା ଘର ଯୋଜନାରେ ସାମିଲ କରି ଘର ସହିତ ଚାଉଳ କାର୍ଡ ଯୋଗାଇଦେବାକୁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories