www.samajalive.in
Monday, December 8, 2025
27.1 C
Bhubaneswar

ଆଶାକିରଣକୁ ସହାୟକ ଜିଲାପାଳଙ୍କର ସହାୟତା

ନବରଙ୍ଗପୁର : ନବରଙ୍ଗପୁରସ୍ଥିତ ଦିବ୍ୟ।ଙ୍ଗ ବିଦ୍ୟାଳୟ ଆଶାକିରଣକୁ ଜିଲାପାଳଙ୍କର କାର୍ଯ୍ୟାଳୟରେ କାର୍ଯ୍ୟରତ ୬ ଜଣ  ସହାୟକ ଜିଲାପାଳ ମାନଙ୍କ ଦ୍ଵାରା  ସହଯୋଗ କରାଯାଇଛି ।  କିଛି ଦିନ ପୂର୍ବେ  ସହାୟକ ଜିଲାପାଳ ଆଶୁତୋଷ ପାତ୍ର, ବିନାୟକ ଖ।ଡାଙ୍ଗ, ସଞ୍ଜୟ କୁମାର ବାନାର୍ଜୀ, ଶିବ ଶଙ୍କର ପାଢ଼ୀ, ଅଶ୍ଵିନୀ କୁମାର ମାଝି ଓ ଜି . ଶ୍ରୀନୁ  ଏକାଠି ହୋଇ ବୁଲୁ ବୁଲୁ ହଠାତ୍ ଆଶା କିରଣ ସ୍ୱତନ୍ତ୍ର ବିଦ୍ୟାଳୟରେ ପ୍ରବେଶ କରି ଅଧକ୍ଷ ଜଗନ୍ନାଥ ବେହେରାଙ୍କ ଠାରୁ ପରିଚାଳନା ବାବଦରେ କିଛି ତଥ୍ୟ ସଂଗ୍ରହ କରି ଚାଲି ଯାଇଥିଲେ। ତେବେ ବୁଧବାର ଦିନ  ହଠାତ୍ ସମସ୍ତେ ଏକ ୱାସିଂ ମେସିନ  ଏବଂ ମିଠା, କଦଳୀ,ବିସ୍କୁଟ, ଧରି ସକାଳ ୧୦ ବେଳେ  ଆଶ।କିରଣ ପରିସରରେ ପ୍ରବେଶ କରିଥିଲେ । ପରେ ନବରଙ୍ଗପୁର ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ପହଞ୍ଚିଥିଲେ । ଜିଲାପାଳ ଡ଼ଃ. ମିଶ୍ର   ଦିବ୍ୟ।ଙ୍ଗ ପିଲାମାନଙ୍କୁ ସେମାନଙ୍କ ସ୍କୁଲ ଡ୍ରେସ୍ ସଫା କରିବା ନିମନ୍ତେ ଏହି ୱାଶିଂମେସିନ  ହସ୍ତାନ୍ତର କରି ସହାୟକ ଜିଲାପାଳମାନଙ୍କ ଏପରି ସାମାଜିକ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହା ଏକ ବିରଳ ସହଯୋଗ ଯାହା ସହକାରୀ ଜିଲାପାଳ  ମାନଙ୍କ ଦ୍ଵାରା ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ସହାୟକ ଜିଲାପାଳ ଶ୍ରୀପାତ୍ର କହିଥିଲେ ଏହି ମାସ ଦରମା ପାଇଲା ପରେ ଆମେ ଏହି ଛୋଟ କାମଟିଏ ପିଲାଙ୍କ ନିମନ୍ତେ କରିଛୁ। ଆଗକୁ ମଧ୍ୟ ସେବା ଜାରି ରଖିବୁ ବୋଲି କହିଥିଲେ ।
ଏଥିରେ ଆଶା କିରଣର ସମସ୍ତ ଆନ୍ତେବାସୀଙ୍କର ସହିତ କର୍ମଚାରୀ ସନ୍ଧ୍ୟା ରାଣୀ ବେହେରା, ଇନ୍ଦ୍ରମଣି ମଙ୍ଗରାଜ, ଶାନ୍ତି ପଣ୍ଡା, ରିଙ୍କୁରଜ୍ ବେହେରା, ପାର୍ବତୀ ଜାନି, ରଶ୍ମିତା ପ୍ରଧାନ, ଈଶ୍ୱର ବାଞ୍ଜରା ଓ ରଶ୍ମିତ ଧ।ନଫୁଲ ସହଯୋଗ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories