www.samajalive.in
Wednesday, December 10, 2025
18.1 C
Bhubaneswar

ହାଇଦ୍ରାବାଦ ଆଇଆଇଟିରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଗାଁରେ ପହଞ୍ଚିଲା ମୃତଦେହ

ବୀରମହାରାଜପୁର: ହାଇଦ୍ରାବାଦ ଆଇଆଇଟିରେ ଏମ୍.ଟେକ. ପଢୁଥିବା ବୀରମହାରାଜପୁର ଅଞ୍ଚଳର ଜଣେ ଛାତ୍ରୀ ମମିତା ନାଏକ (୨୧)ଙ୍କ ମୃତଦେହ ଏକ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ସୋମବାର ଉଦ୍ଧାର ହୋଇଥିଲା। ଆଜି (ବୁଧବାର) ଅପରାହ୍ନରେ ନିଜ ଗାଁରେ ତାଙ୍କର ଶବ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ଆଖପାଖ ଗ୍ରାମର ବାସିନ୍ଦା ମଧ୍ୟ ରୁଣ୍ଡ ହୋଇଥିଲେ। ତାଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ, ବରଂ ରାଗିଂ କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମତେ ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତ ଡୁଙ୍ଗୁରୀ ଗ୍ରାମର ଦୁଃଖୀଶ୍ୟାମ ନାଏକଙ୍କ ଝିଅ ମମିତା ଚଳିତ ବର୍ଷ ତେଲେଙ୍ଗାନା ରାଜ୍ୟର ସଂଗାରେଡ୍ଡୀଠାରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ହାଇଦ୍ରାବାଦରେ ଏମ.ଟେକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ଛାତ୍ରୀ ନିବାସରେ ରହି ପଢୁଥିଲେ। ଗତ ଜୁଲାଇ ୨୬ ତାରିଖରେ ସେ ତାଙ୍କ କାକା ଯଜ୍ଞେଶ୍ୱର ନାଏକ (ପ୍ରସାଦ)ଙ୍କ ସହିତ ହାଇଦ୍ରାବାଦକୁ ଯାଇ ଆଇଆଇଟିରେ ନାମ ଲେଖାଇ ଥିଲେ। ହେଲେ ସୋମବାର ରାତିରେ ମମିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏ ନେଇ ପରିବାର ଲୋକଙ୍କୁ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ମୃତଦେହ ନିକଟରୁ ଲେଖାଯାଇଥିବା ଏକ ସୁଇସାଇଡ୍ ନୋଟ ଜବତ କରାଯାଇଥିଲା। ସେଥିରେ ପାଠ ଚାପ ଓ ଆର୍ଥିକ ଅସୁବିଧା ଯୋଗୁ ଆତ୍ମହତ୍ୟା କରିଥିବା ଲେଖାଥିବା ସେଠାକାର ପୋଲିସ ସୂଚନା ଦେଇଛି। ମାତ୍ର ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି। ଛାତ୍ରୀ ଜଣକ ମେଧାବୀ ଥିବା ବେଳେ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ ଥିଲା। ତେଣୁ ଏହା ଆତ୍ମହତ୍ୟାର କାରଣ ନୁହେଁ ବୋଲି କହିବା ସହିତ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

- Advertisement -

ମମିତା ବୀରମହାରାଜପୁର ଗଣପତି ଆଦର୍ଶ ଶିକ୍ଷା ନିକେତନରୁ ମାଟ୍ରିକ ପାସ୍‌ କରିବା ପରେ ସୋନପୁରସ୍ଥିତ ସୁକାନ୍ତି କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଭଲ ମାର୍କ ରଖ୍ ପାସ କରିଥିଲେ। ପରେ ସେ ବୁର୍ଲାସ୍ଥିତ ଭିସୁଟରୁ ବି.ଟେକ୍ ପାସ କରି ଚଳିତ ବର୍ଷ ହାଇଦ୍ରାବାଦ ଆଇଆଇଟିରେ ଏମ.ଟେକ୍‌ରେ ନାମ ଲେଖାଇଥିଲେ। ସେ ଆତ୍ମହତ୍ୟା କରିବା ପିଲା ନୁହେଁ, ବରଂ ପରିସ୍ଥିତି ସହିତ ସଂଘର୍ଷ କରିଥାଏ ବୋଲି ମୃତକଙ୍କ ବାପା ଦୁଃଖୀଶ୍ୟାମ ପ୍ରକାଶ କରିଛନ୍ତି। ଚାରି ଭାଇଭଉଣୀଙ୍କ ମଧ୍ୟରୁ ମମିତା ଦ୍ଵିତୀୟ ଝିଅ। ତାଙ୍କ କାକା ଯଜ୍ଞେଶ୍ୱର ନାଏକ (ପ୍ରସାଦ) ଓ ସମାଜସେବୀ ଦାମୋଦର ହୋତା ହାଇଦ୍ରାବାଦ ଯାଇ ବୁଧବାର ମୃତଦେହ ଆଣିଥିଲେ। ଗୋଧନେଶ୍ୱର ନଦୀ ପଠାରେ ତାଙ୍କର ଶବଦାହ କରାଯାଇଥିଲା। ମୃତ ଛାତ୍ରୀଙ୍କ ପିତା ଦୁଃଖୀଶ୍ୟାମ ମୁଖାଗ୍ନୀ ଦେଇଥିଲେ। ମୃତଦେହ ନେବାକୁ ଯାଇଥିବା ତାଙ୍କ କାକାଙ୍କ କହିବା ଅନୁସାରେ ଯେଉଁଠାରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ସେଠାରେ ଟେବୁଲ ଉପରେ ଚୌକି ପକାଇଲେ ମଧ୍ୟ ହାତ ପହଞ୍ଚିବ ନାହିଁ। ତେଣୁ ଏହା ଆତ୍ମହତ୍ୟା ନୁହେଁ, ରାଗିଂ କରି ହତ୍ୟା ପରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories