www.samajalive.in
Thursday, December 11, 2025
15.1 C
Bhubaneswar

କୃପାଜଳରେ ଲିଡରସିପ ସମିଟ୍‍ ଭିଜନ-୨୦୨୦ ଆଲୋଚନାଚକ୍ର

ପିପିଲି : ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ସମ୍ମିଳନୀ କକ୍ଷରେ ଶନିବାର ଦିନ ‘ଲିଡରସିପ୍‍ ସମିଟ୍‍ ଭିଜନ-୨୦୧୦’ ପୃଷ୍ଠଭୂମିରେ ମାନବସମ୍ବଳ ଉପରେ ଆଧାରିତ ‘ମାନବର ମାନବିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟବକ୍ତା ଭାବେ ଟାଟା ଷ୍ଟିଲର ମୁଖ୍ୟ ଏଚ୍‍ଆର୍‍ ମ୍ୟାନେଜର ପାର୍ଥସାରଥି ମିଶ୍ର ଯୋଗଦେଇ ସମାଜର ବର୍ତ୍ତମାନର ପରିସ୍ଥିତିକୁ ଅନ୍ୱେଷଣ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଜର ମୂଲ୍ୟବୋଧ, ଲକ୍ଷ୍ୟ ଓ ସତ୍ୟାନୁଶରଣରେ ବ୍ରତୀ ହୋଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ମନୁଷ୍ୟର ଧର୍ମ ଯଥା- ଦୟା, କ୍ଷମା, ସହନଶୀଳତା ଭଳି ସମବେଦନାତ୍ମକ ଗୁଣ ଗୁଡିକର ବିକାଶ ପୂର୍ବକ ଆଜିର ଯୁବପିଢୀ ଭବିଷ୍ୟତ ବଂଶଧରଙ୍କ ପାଇଁ ନିଜେ ନିଜକୁ ଏକ ‘ରୋଲ ମଡେଲ’ ରୂପେ ପ୍ରତିଷ୍ଠିତ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
କୃପାଜଳ ଗୃପର ଚେୟାରମ୍ୟାନ ଡ଼ଃ ଭବାନୀ ଚରଣ ରଥ ସ୍ୱାଗତ ଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, କମ୍ପ୍ୟୁଟର ଓ ମୋବାଇଲ ଯୁଗରେ ଆମେ ଧିରେ ଧିରେ ସମାଜ ଓ ପରିବାରର ମୁଖ୍ୟସ୍ରୋତରୁ ଦୂରେଇ ଯାଉଛୁ। ତେଣୁ ଆମ ମଧ୍ୟରେ ଥିବା ମାନବୀୟ ଗୁଣ ଓ ତାର ମୂଲ୍ୟବୋଧ ଧିରେ ଧିରେ କମିବାରେ ଲାଗିଛି। ବିଭିନ୍ନ ଉଦାହରଣ ଦେଇ ସେ ମାନବୀୟ ଧର୍ମ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଡ଼ଃ ରଥ ମୁଖ୍ୟବକ୍ତା ଶ୍ରୀମିଶ୍ରଙ୍କୁ ‘କୃପାଜଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରିଥିଲେ। କୃପାଜଳ ଗୃପର ଡାଇରେକ୍ଟର ବିଭୂତି ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ଶେଷରେ କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ଡ଼ଃ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories