ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ର ବର୍ଡରରେ ଅଭିନେତା ସନି ଦେଓଲ ମେଜର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଭୁମିକାରେ ଅଭିନୟ କରିଥିଲେ। ଶନିବାର ସେହି ମେଜର କୁଲଦୀପ ସିଂହଙ୍କର ଦେହାନ୍ତ ଘଟିଛି। ୧୯୭୧ରେ ଲୋଙ୍ଗେୱାଲା ଯୁଦ୍ଧରେ ମେଜର ମେଜର କୁଲଦୀପ ସିଂହଙ୍କ ନେତୃତ୍ୱରେ ତାଙ୍କ ଦଳ ଯୁଦ୍ଧ କରିଥିଲା। ଯେଉଁ କାହାଣୀକୁ ନେଇ ବର୍ଡର ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ପରେ ମେଜର କୁଲଦୀପଙ୍କୁ ଭାରତ ସରକାର ମହାବୀର ଚକ୍ରରେ ସମ୍ମାନିତ କରିଥିଲେ।
ସୂଚନାଯୋଗ୍ୟ ଯେ କୁଲଦୀପ ସିଂହ ୧୯୪୦ ମସିହା ନଭେମ୍ବର ୨୨ ତାରିଖରେ ପଞ୍ଜାବସ୍ଥିତ ମୋଣ୍ଟାମୋରରୀର ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ରେ କୁଲଦୀପ ଚାନ୍ଦପୁରୀ ଭାରତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ।
ପରଲୋକରେ ବର୍ଡର ଚଳଚ୍ଚିତ୍ରର ପ୍ରକୃତ ହିରୋ
Popular Categories



