www.samajalive.in
Saturday, December 6, 2025
16.1 C
Bhubaneswar

ରଣବୀରଙ୍କ ସହ ବିବାହକୁ ନେଇ ସଫେଇ ଦେଲେ ସାରା ଅଲି ଖାନ

ମୁମ୍ବଇ : ବଲିଉଡର ନବାବ ସେଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଚଳଚ୍ଚିତ୍ର କେଦାରନାଥରୁ ନିଜର ସିନେମା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। କେଦାରନାଥ ଡିସେମ୍ବର ୭ତାରିଖରେ ମକ୍ତିଲାଭ କରିବାକୁ ଥିଲାବେଳେ ନିକଟର ଏହାର ଟ୍ରେଲର ରିଲିଜ ହୋଇ ସାରିଛି। ବହୁଦିନ ହେବ ସାରା ରଣବୀରଙ୍କୁ ବିବାହ କରିବାକୁ ନେଇ ଚର୍ଚ୍ଚା ହୋଇଆସୁଛି। ଖବରଅନୁସାରେ କିଛିଦିନତଳେ କରଣ ଜୋହରଙ୍କ କଫି ୱିଥ କରନ-୬କୁ ସାରା ତାଙ୍କ ବାପା ସୈଫଙ୍କ ସହ ଯାଇଥିଲେ। ସେଠାରେ ସାରାଙ୍କୁ କରଣ ତାଙ୍କର ପସନ୍ଦ ବିଷୟରେ ପଚାରିବାରୁ ସାରା କହିଥିଲେ ମୁଁ ରଣବୀରଙ୍କୁ ପସନ୍ଦ କରେ। ତାଙ୍କୁ ବିବାହ କରିବାକୁ ଚାହୁଛି କିନ୍ତୁ ତାଙ୍କ ସହ ଡେଟ୍‍ କରିବାକୁ ଚାହୁଁନାହି। ସେ କାର୍ତ୍ତିକ ଆୟନଙ୍କ ସହ ଡେଟିଙ୍ଗରେ ଯିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

କିଛିଦିନତଳେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଏକ ରେଡିଓ ଚ୍ୟାନେଲକୁ ଅତିଥି ହୋଇ ଯାଇଥିଲେ। ସେଠାରେ ଏନେଇ ତାଙ୍କୁ ପଚାରିବାରୁ ସେ ସଫେଇ ଦେଇଛନ୍ତି। ସେ କହିଥିଲେ ମୁଁ ପ୍ରଥମେ ରଣବୀରଙ୍କୁ ବିବାହ କରିବାକୁ ଚାହୁଥିଲି। ଏବେ ସେମିତି କିଛି ଚାହୁନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories