www.samajalive.in
Sunday, December 14, 2025
26.1 C
Bhubaneswar

ବୋଲ ମାନୁନି ଡେଙ୍ଗୁ, ଚିହ୍ନଟ ହେଲେଣି ୧୧୭୭

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ମାଡ଼ି ମାଡ଼ି ଚାଲିଛି। ଗତକାଲି ସୁଦ୍ଧା ୨୩,୧୪୫ ନମୁନା ପରୀକ୍ଷା ହୋଇଥିବାବେଳେ ୧୧୭୭ ଜଣ ଏପର୍ଯ୍ୟନ୍ତ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମାନ ସମୟରେ ଗତବର୍ଷ ୧୪,୬୭୦ ପରୀକ୍ଷା ହୋଇଥିବାବେଳେ ୧୦୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅର୍ଥାତ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଉଭୟ ପରୀକ୍ଷଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ରାଜ୍ୟରେ ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୬୦ ପ୍ରତିଶତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି।

ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ତିନିଟି ଦଳ କରାଯାଇଛି। ଯେଉଁମାନେ କି ଘରକୁ ଘର ଯାଇ ସଚେତନତା କରି ଏ ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରି ବିବରଣୀ ଦେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି। ପରୀକ୍ଷଣ ବୃଦ୍ଧି ହୋଇଥିବାବେଳେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଏହାକୁ ଗୁରୁତର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। କିଭଳି ସଂଖ୍ୟାରେ ଆହୁରି ବୃଦ୍ଧି ନ ହେବ ସେଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ମଶା ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା ଦିଆଯାଇଛି। ମଶା ଉତ୍ସ ନଷ୍ଟ ହେଲେ ଡେଙ୍ଗୁ ବୃଦ୍ଧି ଉପରେ ରୋଗ ଲାଗିପାରିବ। ଗୋଷ୍ଠୀ ସହିତ ପରିବେଶ ଏବଂ ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ରଭାବେ ନଜରରେ ରଖାଯାଇଛି। ଏହାସହିତ ରାଜ୍ୟର ୪୧ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଯାଉଛି। ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ଡେଙ୍ଗୁ ପରୀକ୍ଷା କରାଇନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories