www.samajalive.in
Sunday, December 14, 2025
15.1 C
Bhubaneswar

ଜରାଜୀର୍ଣ୍ଣ ପ୍ରକଳ୍ପକୁ ଗୋଳିଆ ପାଣି ; ନିଦାବିଷ୍ଣୁ  ଗ୍ରାମ୍ୟ ଜଳ ଯୋଗାଣ ବିଭାଗ 

ଲଡୁଗାଁ :  ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ସବୁ ଯୋଜନା ଏବେ କୋକସରା ବ୍ଲକରେ ପ୍ରହସନ ପାଲଟିଛି । କେଉଁଠି ପାଇପ ଫାଟି ପାଣି ନଷ୍ଟ ହେଉଛି ତ ପୁଣି କେଉଁଠି ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି । କୋକସରା ବ୍ଲକ କାଉଡୋଳା ଗାଁରେ ଦୀର୍ଘଦିନର  ଅଚଳ ଜଳ ପ୍ରକଳ୍ପ ଯୋଗୁଁ ଲୋକଙ୍କୁ ଏବେ ଗୋଳିଆ ପାଣି ମିଳୁଛି । ଯାହାକୁ ନେଇ ଲୋକେ ବାରମ୍ବାର  ଅଭିଯୋଗ କରୁଛନ୍ତି, କିନ୍ତୁ ଏଠି ଜଳ ଯୋଗାଣ ବିଭାଗ ନିଦାବିଷ୍ଣୁ ପାଲଟିଛି ।  ସରକାରଙ୍କ ବସୁଧା ଯୋଜନା ଥିଲେ ହେଁ, ଏଯାଏଁ ଗ୍ରାମବାସୀ ଏଥିରୁ ବଞ୍ଚିତ ହୋଇଥିବା କୁହନ୍ତି। ଏବେ ପୁଣି ମେଗା ପାନୀୟ ଜଳ ଯୋଗାଣ କରାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି।  ବର୍ତ୍ତମାନ ନଦୀ ପାଣି ଜଳ ଯୋଗାଣ ପାଇଁ ବ୍ୟବସ୍ଥା ରହିଛି, ହେଲେ ଟାଙ୍କି ଦିର୍ଘ ଦିନ ହେଲା ଅନାବନା ଘାସ ବୁଦା ଘେରା ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅଞ୍ଚଳର ବୟସ୍କ ବ୍ୟକ୍ତିଙ୍କ କହିବା କଥା ଯେ ୧୯୯୨ ମସିହାରେ ତିଆରି ହୋଇଥିବା ଏହି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଆଜି ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ରହିଛି। ପ୍ରତେକ ଘର ଦୁଆର ମୁହଁରେ ଜଳ ଯୋଗାଣ ହେଉଛି ସତ କିନ୍ତୁ ପାଇପ ଖୋଲିଲେ ପାଇପରେ ଆସୁଥିବା ପାଣି କ୍ଷୀର ଚା ଭଲି ଦିଶୁଛି । ତେବେ ଗାଁରେ ପ୍ରାୟ ୫୦୦୦ରୁ ଅଧିକ ଲୋକେ ବସବାସ କରୁଥିବା ବେଳେ  ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବିଶୁଦ୍ଧ ପାନୀୟ ଜଳ ପାଇଁ ପ୍ରତେକ ଦିନ ଲୋକ ସଂର୍ଘଷ  କରୁଥିବା ଦେଖିବାକୁ ମିଳୁଛି। ଅନ୍ୟ ପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ଲୋକେ ଜଳ ନୁହେଁ ଜହର ପିଉଛନ୍ତି ।  ସରକାରଙ୍କ ପକ୍ଷରୁ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାମ ଠିକ ଭାବେ ହୋଇନଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଉପଖଣ୍ଡୀୟ ଅଧିକାରୀଙ୍କୁ ପଚାରିବାରୁ ବର୍ଷା ଯୋଗୁଁ କୌଣସି କାର୍ଯ୍ୟ କରାଯାଇ ପାରୁନାହିଁ ବୋଲି କହିଥିଲେ। ତେବେ ଖୁବଶୀଘ୍ର ଯଦି ଏହାର ସମାଧାନ କରା ନ ଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆସିବେ ବୋଲି କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories