ଗୁରୁଡିଝାଟିଆ : କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ସର୍ବଶିକ୍ଷା ଅଭିଯାନ ତରଫରୁ ପୋଷାକ ପ୍ରଦାନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ବୈଠକରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ପଢିବା ଓ ବଢିବା ପାଇଁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗକୁ ପ୍ରଶଂସା କରିବା ସହ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଟିକନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ସନ୍ତୋଷ ବେଦାନ୍ତ, ଚାରୁଲତା ବେହେରା,ନିଲି ବେହେରା, ମମତା ଦଳେଇ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧର୍ଯ୍ୟଧର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ୧୫୧ଜଣ ବିଦ୍ୟାର୍ଥୀଙ୍କୁ ପୋଷାକ ବିତରଣ କରାଯାଇଥିଲା।
Popular Categories



